centurian jitm

ତାରାତାରିଣୀଙ୍କ ପୀଠରେ ନବୀନ ଅବତରଣ କରିବେ

nschool

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶାର ପ୍ରତିଷ୍ଠିତ ଶକ୍ତିପୀଠ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ସହର ନିକଟରେ ଅବସ୍ଥାପିତ ଋଷିକୂଲ୍ୟା ତୀରେ ସ୍ତନପୀଠେ ପୂଜିତା ଆରାଧ୍ୟ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିରର ପୁନଃ-ପ୍ରତିଷ୍ଠା ଉତ୍ସବ ଅବସରରେ ଆଜି ନିର୍ଦ୍ଧାରୀତ ସମୟ ସକାଳ ୯ଘଣ୍ଟା ୫୦ମିନଟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟୋମ ଯାନରେ ଆକାଶ ମାର୍ଗରୁ ଦେବୀଙ୍କ ଆସ୍ଥାନ ପୂର୍ଣ୍ଣଗିରି ପର୍ବତ ଶିଖର ଶୀର୍ଷରେ ଅବତରଣ କରିବେ । ଦେବୀଙ୍କ ଦର୍ଶନ କରିବା ସାଂଗକୁ ନବନିର୍ମିତ ପୂର୍ଣ୍ଣାଙ୍ଗ ମନ୍ଦିର, ନୂତନ ପ୍ରାସାଦ ଏବଂ ଆନନ୍ଦ ବଜାର ହଲକୁ ନବୀନ ପଟ୍ଟନାୟକଙ୍କ କର କମଳରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ ତଥା ଲୋକାର୍ପିତ ହେବ । ଚାଲିଥିବା ଏହି ପ୍ରତିଷ୍ଠା ଯଜ୍ଞା-ଧର୍ମାନୁଷ୍ଠାନରେ ନବୀନ ଅଧ୍ୟକ୍ଷତା କରି ଯଜ୍ଞ-ହୋମରେ ସ୍ୱତନ୍ତ୍ରଭାବେ ଆହୂତି ଦେବେ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଯୋଗଦାନ କାର୍ଯ୍ୟକ୍ରମ ନେଇ ବ୍ୟାପକ ବନ୍ଦୋବସ୍ତ ଓ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଭକ୍ତଙ୍କ ଦର୍ଶନ ସମାଗମରେ କଡା ସୁରକ୍ଷା ବ୍ୟବସ୍ଥା ସହ ପୋଲିସ ପହରା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Leave A Reply

Your email address will not be published.