ନୂଆ-ଓ ଯୁବ ଓଡିଶା, ନବୀନ ଓଡିଶା ଅନ୍ତର୍ଗତ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ

କଣ୍ଟାବାଞ୍ଜି, (ଗୁରୁ ଦୟାଲ ହଂସ) : କଣ୍ଟାବାଞ୍ଜି ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜି ପରିସରରେ ନୂଆ-ଓ ଯୁବ ଓଡିଶା, ନବୀନ ଓଡିଶା ଅନ୍ତର୍ଗତ କ୍ରୀଡା ଓ ଖେଳ ପ୍ରତିଯୋଗିତାର ଶୁଭ ଉଦ୍‌ଘାଟନ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର ପୁରୋହିତଙ୍କ ସଭାପତିତ୍ୱରେ ସମ୍ପନ୍ନ ହୋଇଯାଇଛି । ଏହି ଉଦ୍‌ଘାଟନ ଉତ୍ସବରେ କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦର ଉପ-ନଗରପାଳ ଶ୍ରୀମତୀ ମନୋରମା ରାଉତ ମୁଖ୍ୟଅତିଥି ଭାବେ ଯୋଗଦାନ କରି କ୍ରୀଡା ଓ ଖେଳ ମହୋତ୍ସବକୁ ପତାକା ଉତ୍ତୋଳନ ଓ ଫିତା କାଟି ଉଦ୍‌ଘାଟନ କରିଥିଲେ । ମହାବିଦ୍ୟାଳୟର ଛାତ୍ରୀମାନେ ଶ୍ରୀରାମ ମନ୍ଦିରରୁ ମଶାଲ ଆଣି ମୁଖ୍ୟ ଅତିଥିଙ୍କୁ ପ୍ରଦାନ କରି ତାଙ୍କରି ହାତରେ ମଶାଲର ସ୍ଥାପନ ମଧ୍ୟ୍ୟ କରାଇଥିଲେ । ଏହି ଅବସରରେ ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ବୃନ୍ଦାବନ ନାଗ ମହୋଦୟ ମଧ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି କ୍ରୀଡା ଓ ଖେଳ ପ୍ରତିଯୋଗିତା ପାଇଁ ସମସ୍ତ ଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ମୁଖ୍ୟଅତିଥି ଏକ ସୁସ୍ଥ ମନ ସୁସ୍ଥ ଶରୀରରେ ଅବସାନ କରେ । ତେଣୁ ପାଠ ପାଇଁ ସୁସ୍ଥ ମନ ଦରକାର ଓ ସୁସ୍ଥ ମାନସିକ ଅବସ୍ଥା ପାଇଁ ସୁସ୍ଥ ସ୍ୱାସ୍ଥ୍ୟ ନିହାତି ଆବଶ୍ୟକ ଓ ଏହା ଖେଳ କୁଦ ମାଧ୍ୟମରେ ହିଁ ସମ୍ଭବ ବୋଲି ଛାତ୍ରୀମାନଙ୍କୁ ସମ୍ବୋଦିତ କରି ମୁଖ୍ୟ ଅତିଥି ଶ୍ରୀମତୀ ମନୋରମା ରାଉତ କହିଥିଲେ । ଉଦ୍‌ଘାଟିନ ଉତ୍ସବରେ କ୍ରୀଡା ଓ ଖେଳ ଦାୟିତ୍ୱରେ ଥିବା ସୋମନାଥ ମେହେର, ନେପାଳ ସେଠି, କ୍ରୀଡା ଅଧ୍ୟାପିକା ରଞ୍ଜୁ ବନଛୋର, କଲ୍ୟାଣୀ ମେହେର, ଲିପନିତା ପଧାନ ଉପସ୍ଥିତ ଥିଲେ । ଏହା ବ୍ୟତୀତ ଅଧ୍ୟାପକ ଜିତେନ୍ଦ୍ର ସୁନା, ଅଧ୍ୟାପିକା ରଶ୍ମି ରମିତା ମେହେର, ନିରବତୀ ପଧାନ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ଶେଷରେ ଡ଼କ୍ଟର ନେପାଳ ସେଠି ସମସ୍ତଙ୍କୁ ଧନ୍ୟବାଦ ଦେଇ ଉଦ୍‌ଘାଟନ ଉତ୍ସବକୁ ଶେଷ କରିଥିଲେ ଓ କ୍ରୀଡା ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ପ୍ରଥମ ଦିନରେ ସଟଫୁଟ, ଡ଼ିସକସ ଥ୍ରୋ, ଜାଭେଲିନ, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ବ୍ୟାଡ଼ମିଣ୍ଟନ ଇତ୍ୟାଦି ଖେଳର ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା । ପ୍ରକାଶ ଥାଉକି ସାଂସ୍କୃତିକ, କ୍ରୀଡା ଓ ସାମାଜିକ କାର୍ଯ୍ୟକ୍ରମର ବିଭିନ୍ନ ପ୍ରତିଯୋଗିତାରେ ଉନ୍ନୀତ ହୋଇଥିବା ପ୍ରତିଯୋଗୀମାନଙ୍କୁ ଉଦ୍‌ଯାପନୀ ଦିବସରେ ମାନପତ୍ର ପ୍ରଦାନ କରାଯିବ ।

Leave A Reply

Your email address will not be published.