ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟରେ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦ୍‌ଯାପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଅନ୍ତିମ ଦିବସ ବା ଉଦ୍‌ଯାପନୀ ଦିବସ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟ କ୍ୟାମ୍ପାସରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧକ୍ଷ ତଥା ସମ୍ପାଦକ ଡକ୍ଟର ସରୋଜ କୁମାର ପଣ୍ଡା ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନୀ ଦିବସରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ଯୁବ ବିଧାୟକ ରୁଦ୍ର ପ୍ରତାପ ମାହାରଥୀ, ମୁଖ୍ୟବକ୍ତା ରୂପେ ମହାବିଦ୍ୟାଳୟର ସଭାପତି ଅଶୋକ କୁମାର ମହାନ୍ତି, ସମ୍ମାନିତ ଅତିଥିଭାବେ ବ୍ଲକ ଅଧକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାଷା ନିଶଙ୍କ, ପିପିଲି ଏନ୍‌ଏସି ଚେୟାରମ୍ୟାନ ସେ୍କ ବାବୁ, ଜିଲ୍ଲା ପରିଷଦ ସଭ୍ୟ ତଥା ପୂର୍ବତନ ବ୍ଲକ ଅଧକ୍ଷ ପ୍ରସନ୍ନ କୁମାର ସାହୁ, ପ୍ରାକ୍ତନ ବ୍ଲକ ଚେୟାରମ୍ୟାନ ବୈରାଗୀ ଜେନା, ପୁରୀ ଜିଲ୍ଲା ନୂଆ-ଓ ନୋଡାଲ ଅଧିକାରୀ ଡକ୍ଟର ଗୌରୀଶଙ୍କର ମଲ୍ଲିକ, କାର୍ଯ୍ୟକ୍ରମର ନୋଡାଲ ଅଫିସର ପ୍ରଶାନ୍ତ କୁମାର ହୋତା, ସ୍ଥାନୀୟ ସରପଞ୍ଚ ଦୀପକ କୁମାର ସାହୁ , ଛାତ୍ର ନେତା ସୁଦୀପ୍ତ କୁମାର ନାୟକ, ଓ ଅନ୍ୟତମ ଅତିଥିଭାବେ ବିଭିନ୍ନ ବିଭାଗର ନୋଡାଲ ଅଫିସର ପ୍ରମୋଦିନି ମହାପାତ୍ର, ଯୁଧିଷ୍ଠିର ଘଟୁଆରୀ, ଲକ୍ଷ୍ମୀଧର ପାଇକରାୟ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ, କ୍ରୀଡା, ସଂସ୍କୃତି, ସାଂସ୍କୃତିକ, ସାମାଜିକ ଉନ୍ନତି ସହିତ ରାଜ୍ୟ ତଥା ଦେଶ ବିଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ବୋଲି ବିଧାୟକ ଶ୍ରୀ ମାହାରଥୀ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ଅଧ୍ୟାପକ ତ୍ରିନାଥ ପରିଡା ଅତିଥି ପରିଚୟ ପ୍ରଦାନ ଓ ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପକ ସୁବାଷ ଚନ୍ଦ୍ର ସେଠି ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହାବିଦ୍ୟାଳୟର ବରିଷ୍ଠ କିରାଣୀ ମହେଶ୍ୱର ଜେନାଙ୍କୁ ସେବା ନିବୃତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ମଞ୍ଚାସିନ ସମସ୍ତ ଅତିଥିଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ, ବ୍ୟାଚ ଦେଇ କଲେଜ ଅଧକ୍ଷ ଡ଼କ୍ଟର ପଣ୍ଡା ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ଡିସେମ୍ବର ମାସ ୨ତାରିଖରୁ ଆରମ୍ଭ ହୋଇ ୨୮ଡିସେମ୍ବରରେ ଉଦ୍‌ଯାପିତ ହୋଇଥିବା ବେଳେ ସାମାଜିକ, ସାଂସ୍କୃତିକ, କ୍ରୀଡାର ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରଶଂସା ପତ୍ର ଓ ଟ୍ରଫି ପ୍ରଦାନ ଅତିଥିମାନଙ୍କ ଦ୍ୱାରା କରାଯାଇଥିଲା । ମଞ୍ଚ କାର୍ଯ୍ୟକ୍ରମ ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମସ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଶିକ୍ଷା କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ପରିଶେଷରେ ଅଧ୍ୟାପକ ତ୍ରିନାଥ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.