ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବଡ଼ବନ୍ଧ, ପଦ୍ମପୁର ସ୍ଥିତ ବନଦୁର୍ଗା ମନ୍ଦିରରେ ସାର୍ବଜନୀନ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆଗାମୀ ୨୨ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୨ ତାରିଖରେ ସମାପନ ହେବ । ପୂଜା କର୍ତ୍ତା ଭାବେ ଅରୁଣ କୁମାର ଦାନୀ ଓ ଧର୍ମପତ୍ନୀ ରୁପାରାଣୀ ସାହୁ ଦାୟିତ୍ୱ ନିର୍ବାହ କରୁଛନ୍ତି । କାର୍ଯ୍ୟସୂଚୀ ଅନୁସାରେ ପ୍ରଥମ ଦିନ କଳସାଧିବାସ, ଅଙ୍କୁରରୋପଣ, ଅଖଣ୍ଡ ଦୀପ ପ୍ରଜ୍ୱଳନ, ନବରାତ୍ର ପୂଜାରମ୍ଭ, ପରବର୍ତ୍ତୀ ଦିବସ ମାନଙ୍କରେ ହୋମ, ଆଳତୀ, କୁମାରୀପୂଜା ସହ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରତ୍ୟହ ଅନ୍ନଭୋଗର ବ୍ୟବସ୍ଥା ରହିଛି । ପୂଜାକାର୍ଯ୍ୟ ପରିଚାଳନାରେ ବନଦୁର୍ଗା ମନ୍ଦିର କମିଟିର ସଭାପତି ଡା. ପ୍ରଭାତ ନାରାୟଣ ତ୍ରିପାଠୀ, ସମ୍ପାଦକ ଗୋପାଳ ଚନ୍ଦ୍ର ଭୋଇ, କୋଷାଧ୍ୟକ୍ଷ ଅନିଲ ବେହେରା, ପୂଜକ ପ୍ରଶାନ୍ତ ପଣ୍ଡାଙ୍କ ସମେତ ପଣ୍ଡିତ ରଘୁନାଥ ତ୍ରିପାଠୀ, ଚଣ୍ଡୀପାଠକ ଶିରୀଶ ଚନ୍ଦ୍ର ହୋତା, ଅଶୋକ କୁମାର ପଣ୍ଡା, ଦେବେନ୍ଦ୍ର ତ୍ରିପାଠୀ, ପ୍ରବୀଣ ମିଶ୍ର, ବିଘ୍ନରାଜ ନନ୍ଦ ପୌରୋହିତ୍ୟ କରୁଛନ୍ତି । ନବ ଦିନାତ୍ମକ ପୂଜା କାର୍ଯ୍ୟରେ ସୁଶାନ୍ତ ପ୍ରଧାନ, ଗଦିଆ ଶର୍ମା, ବିଷ୍ଣୁ ଥପା, ଉମେଶ ସାହୁ, ପ୍ରତାପ ମିଶ୍ର, ଅଜିତ ଶତପଥି ସହଯୋଗ କରୁଛନ୍ତି ।