ଗାଁକୁ ଲାଗିଛି କାହା ନଜର ଛତିଶଗଡରେ ୮ ଜଣଙ୍କ ରହସ୍ୟମୟ ମୃତ୍ୟୁ

ରାୟପୁର : ଛତିଶଗଡ ବିଳାସପୁରର ଏକ ଗାଁକୁ ଯେମିତି କାହାର ନଜର ଲାଗି ଯାଇଛି । ୪ରୁ ୫ ଦିନ ମଧ୍ୟରେ ଗାଁରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ବିଷାକ୍ତ ମଦ ନା ଖାଦ୍ୟ ତାହା ଜଣାପଡିନାହିଁ । ମୃତ୍ୟୁର କାରଣ ରହସ୍ୟମୟ ହୋଇ ରହିଛି । ସମସ୍ତ ମୃତକ ବୟସ ୩୫ ରୁ ୬୦ ବର୍ଷ ମଧ୍ୟରେ ହେବେ । କିଛି ଗ୍ରାମବାସୀ ବିଷାକ୍ତ ମଦକୁ ଏଥିପାଇଁ ଦାୟୀ କରିଥିବା ବେଳେ ଅନ୍ୟ କେତେକ ଲୋକ ବିଷାକ୍ତ ଖାଦ୍ୟକୁ ଦାୟୀ କରିଛନ୍ତି । ଲୋଫାଣ୍ଡି ଗ୍ରାମରେ ଏକ ଭୋଜିରେ ଖାଦ୍ୟ ଖାଇବା ପରେ ଅନେକ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କ ମଧ୍ୟରୁ ୭ ରୁ ୮ଜଣଙ୍କର ମୃତ୍ୟୁ ହୋଇଥିବା ଗାଁ ଲୋକ କହିଥିଲେ । ତେବେ ଜଣେ ବ୍ୟକ୍ତି ସାପ କାମୁଡାରେ ପ୍ରାଣ ହରାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ଫେବୃଆରୀ ୫ ତାରିଖରେ ପ୍ରଥମ ଦୁଇଜଣ ଦେବପ୍ରସାଦ ପଟେଲ ଓ ଶତ୍ରୃଘ୍ନ ଦେବାଙ୍ଗନଙ୍କର ମୃତ୍ୟୁ ଘଟିଥିଲା । ସେମାନଙ୍କ ମଧ୍ୟରୁ ଜଣଙ୍କର ଡାକ୍ତରଖାନାରେ ଆଖି ବୁଜିଥିଲେ ମୃତ୍ୟୁର କାରଣ ପ୍ରମାଣପତ୍ରରେ ହୃଦଘାତଜନିତ ଦର୍ଶା ଯାଇଥିଲା । ଏହାର ଦୁଇ ଦିନ ପରେ ଆଉ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଏପରି ଅଚାନକ ଗାଁରେ ୭ରୁ ୮ ଜଣଙ୍କର ମୃତ୍ୟୁ ହୋଇଥିବା ସମସ୍ତଙ୍କୁ ଚକିତ କରିଛି । ମଦ ନା ଖାଦ୍ୟ ତାହା ରହସ୍ୟଜନକ ହୋଇ ରହିଛି ।

Leave A Reply

Your email address will not be published.