ମୁରିବାହାଲ ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟରେ ଫେଶନ ଶୋ, ପାରମ୍ପରିକ ନୃତ୍ୟ ଓ ନାଟକ ପ୍ରତିଯୋଗୀତା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଗୁରୁବାର ଦିନ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ଏକମାତ୍ର ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ନୁଆ-ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମର ନବମ ଦିବସରେ ଏକ ଫେଶନ ଶୋ, ପାରମ୍ପରିକ ନୃତ୍ୟ, ନାଟକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଡ଼ିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବିଜେଡି ରାଜ୍ୟ ସମ୍ପାଦକ ହଂସରାଜ ଜୈନ ଯୋଗଦାନ କରି ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭା ବିକଶିତ ହେଉଛି ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବରେ ବିଶିଷ୍ଠ କୋଶଲି କବି ଭିକାରୀ ଚରଣ ମିଶ୍ର ଯୋଗ ଦେଇଥିଲେ । ନୋଡାଲ ଅଫିସର ଓ ଓଡ଼ିଆ ଅଧ୍ୟାପକ ଦିଲୀପ କୁମାର ପଶାୟତ ସଭା ସଂଯୋଜନା କରିଥିବା ବେଳେ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଅଧ୍ୟାପକ ଭ୍ରିଙ୍ଗରାଜ ରଣା ଓ ପରିଶେଷରେ ଧନ୍ୟବାଦ ଦେଇଥିଲେ ଓଡ଼ିଆ ଅଧ୍ୟାପକ ଘନଶ୍ୟାମ ଖମାରୀ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ଫେସନ ଶୋ ପ୍ରତିଯୋଗିତା, ପାରମ୍ପରିକ ନୃତ୍ୟ, ନାଟକ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଚାରକ ରୂପେ ଆଇନଜିବୀ ଦୀପକ ରଞ୍ଜନ ବାଗ, ବରିଷ୍ଠ ସଙ୍ଗୀତକାର ସୁଦର୍ଶନ ଦୀପ, ଅଧ୍ୟାପିକା ମୀରାବାଈ ଗଡତ୍ୟା ଓ ଯଶୋସ୍ମିତା ବେହେରା ଦାୟିତ୍ଵ ନିର୍ବାହ କରିଥିଲେ । ସହଯୋଗ କରିଥିଲେ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ପଧାନ, ଗୁଣସାଗର ମେହେର, ସୋମେଶଦତ୍ତ ହୋତା, ଘନଶ୍ୟାମ ଖମାରୀ, ଛନ୍ଦା ଚରଣ ଖୁଣ୍ଟିଆ, ପ୍ରେମଚାନ୍ଦ ତାଣ୍ଡି, ପଙ୍କଜ ସାହୁ, ଶୈଳିକା ନାଏକ, ସରିତା ରଣା, ଫାଲଗୁନି ଦାସ, କୈଳାସ ଚନ୍ଦ୍ର ଯାନୀ, ବାବୁଲା ନାଏକ, ବିଜୟ କଳତା, ଶରତ ପଧାନଙ୍କ ସହିତ ଅନିରୁଦ୍ଧ ପଧାନ, ଅଭୟ ଦାସ, କୈଳାସ ଦାସ, ସୁନିତା ବଘାର, ଡମ୍ବରୁ ରଣା, କାଳିଆ ପଧାନ, ଶଶୀ ପଶାୟତ, ଦିଲୀପ ଘିଭେଲା, ମାନିନୀ କମ୍ପ ଓ ପଙ୍କଜିନୀ ମିଶ୍ର ସହଯୋଗ କରିଥିଲେ । ଏଥିରେ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମଧ୍ୟରେ ଦିଲୀପ କୁମାର ପୃଷ୍ଟି, ତପନ ଦୀପ, ପାର୍ଥ ପ୍ରାଧାନୀ, ନରେନ୍ଦ୍ର ମହାରଣା ପ୍ରମୁଖ ଯୋଗଦାନ କରିଥିଲେ ।

jittmm
Leave A Reply

Your email address will not be published.