oum

ସାହିତ୍ୟ ଏକାଡେମୀର ମୁଲାକାତ୍‌ କାର୍ଯ୍ୟକ୍ରମ

jsm
  • ବଙ୍ଗଳା ଗଳ୍ପ କବିତା ଶୁଣାଇଲେ ଯୁବ ଲେଖକ

କୋଲକାତା, (କେପିଏନ୍‌ଏସ୍‌) : ସାହିତ୍ୟ ଏକାଡେମୀ ଏବଂ ନିଉ ଅଲିପୁର ମହାବିଦ୍ୟାଳୟ, କୋଲକାତାର ମିଳିତ ଆନୁକୂଲ୍ୟରେ ଏକ ମୁଲାକାତ୍‌ କାର୍ଯ୍ରକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଜୟଦୀପ ଷଡ଼ଙ୍ଗୀ କାର୍ଯ୍ୟକ୍ରମର ଉଦ୍‌ଘାଟନ କରି ଥିବାବେଳେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ସାହିତ୍ୟ ଏକାଡେମୀ କୋଲକାତା କାର୍ଯ୍ୟାଳୟର ଭାରପ୍ରାପ୍ତ ଅଧିକାରୀ କ୍ଷେତ୍ରବାସୀ ନାଏକ । ଶ୍ରୀ ନାଏକ ନିଜ ବକ୍ତବ୍ୟରେ ଯୁବ ଲେଖକଙ୍କ କୃତିରେ ଥିବା ମାଟିର ବାସ୍ନା ଏବଂ ନୂତନ ବିଚାର ସଂପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ବିଶିଷ୍ଟ ଲେଖକ ତଥା ସାହିତ୍ୟ ଏକାଡେମୀର ବଙ୍ଗଳା ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ବିଭାସ ରାୟ ଚୌଧୁରୀ । କାର୍ଯ୍ୟକ୍ରମରେ ସାହିତ୍ୟ ଏକାଡେମୀର ଯୁବ ପୁରସ୍କାରପ୍ରାପ୍ତ ୫ ଜଣ ବଙ୍ଗଳା ଲେଖକ ସ୍ୱରଚିତ ଗଳ୍ପ ଓ କବିତା ପାଠ କରିଥିଲେ । ସାଂପ୍ରତିକ ସମୟ ଏବଂ ବିଜ୍ଞାନର ମାୟାଜାଲ ଉପରେ ରଚିତ ଉପନ୍ୟାସର ଏକ ଅଂଶ ପାଠ କରିଥିଲେ ସମିକ ଘୋଷ । ମାନବୀୟ ଦ୍ୱନ୍ଦ୍ୱ ଏବଂ ମୃତ୍ୟୁ ଚେତନା ସଂପର୍କିତ ଏକ କ୍ଷୁଦ୍ରଗଳ୍ପ ଶୁଣାଇଥିଲେ ସାୟମ ବନ୍ଦୋପାଧ୍ୟାୟ । ସେହିପରି ପ୍ରେମ, ପ୍ରକୃତି ଏବଂ ବ୍ୟକ୍ତିଗତ ଅନୁଭବରେ ଭରପୂର ବଙ୍ଗଳା କବିତା ପାଠ କରିଥିଲେ ରାକା ଦାସଗୁପ୍ତ, ସମ୍ରାଜ୍ଞୀ ବନ୍ଦୋପାଧ୍ୟାୟ ଏବଂ ଗୌରବ ଚକ୍ରବର୍ତ୍ତୀ । ପଠିତ ଉପନ୍ୟାସ, ଗଳ୍ପ ଏବଂ କବିତା ଉପରେ ନିଜର ମତାମତ ଉପସ୍ଥାପନ କରିଥିଲେ ଶ୍ରୀ ଚୌଧୁରୀ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ବହୁ ବଙ୍ଗଳା ଲେଖକ ଲେଖିକା ଯୋଗ ଦେଇଥିଲେ ।

Leave A Reply

Your email address will not be published.