om academy

ଟ୍ରାଫିକ୍‌ ପୁଲିସ ଓ ବାଇକ ଚାଳକ ମୁହାଁମୁହିଁ

jsm

ରାଉରକେଲା : ଗାଡି ଯାଞ୍ଚ ନାଁରେ ଗାଡି ଚାଳକଙ୍କୁ ଚାନ୍ଦା ମାଗିବା ବେଳେ ଦୁଇ ଟ୍ରାଫିକ୍‌ ପୁଲିସ ଓ ବାଇକ ଚାଳକ ମୁହାଁମୁହିଁ ହୋଇଥିବା ଦେଖାଯାଇଛି । ଯାତାୟାତ କରୁଥିବା ସାଧାରଣ ଜନତା ମଦ ପିଇ ଡ୍ୟୁଟି କରୁଥିବା ଦୁଇ ଟ୍ରାଫିକ ପୁଲିସଙ୍କୁ ଘେରି ଠେଲାପେଲା ବି କରିଥିବା ସୂଚନାରେ କୁହାଯାଇଛି । ଏହାକୁ କେନ୍ଦ୍ର କରି ମୋଟର ବାଇକ ଚାଳକ ଓ ଟ୍ରାଫିକ ପୁଲିସ ମଧ୍ୟରେ ମାଡପିଟ ହୋଇଥିବା ଜଣାପଡ଼ିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୋଟର ବାଇକ ଚାଳକଙ୍କୁ ଗାଡ଼ିରେ ଉଠାଇ ନେବାରୁ ସାଧାରଣ ଜନତା ଆହୁରି ଅସନ୍ତୋଷ ବ୍ୟକ୍ତ କରିଥିଲେ । ପୁଲିସର ଏକ ପାଖିଆ ନିଷ୍ପତିକୁ ବିରୋଧ କରି ପୁଲିସ ଗାଡିକୁ ଆଗକୁ ବଢିବାକୁ ଦେଇ ନ ଥିଲେ ସାଧାରଣ ଜନତା । ଉତ୍ତେଜନା ସୃଷ୍ଟି ହେବା ସହ ସ୍ଥିତି ଅଣାୟତ୍ତ ହେବାକୁ ଲାଗିଥିଲା । ଏହାପରେ ଉଦିତନଗର, ଛେଣ୍ଡ ଥାନା ପୁଲିସ, ଟ୍ରାଫିକ ସହକାରୀ କମାଡାଂଟ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିଥିବା ଦେଖିବାକୁ ମିଳିଛି । ତେବେ ଦୁଇ ମଦୁଆ ଟ୍ରାଫିକ ପୁଲିସଙ୍କ ବିରୋଧରେ କାର୍ୟାନୁଷ୍ଠାନ ନେବାକୁ ଜିଦ୍‌ ଧରିଥିଲେ ସାଧାରଣ ଜନତା । ଶେଷରେ ଉଦିତନଗର ପୁଲିସ ଦୁଇ ଟ୍ରାଫିକ ପୁଲିସଙ୍କୁ ଧରି ଥାନାକୁ ନେବା ପରେ ସ୍ଥିତି ଶାନ୍ତ ହୋଇଥିବା ଦେଖାଯାଇଛି ।

Leave A Reply

Your email address will not be published.