ଚଳନ୍ତା ଟ୍ରେନ୍‌ ସମ୍ମୁଖକୁ ଡେଇଁପଡ଼ି ବୃଦ୍ଧଙ୍କ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରେଳ ଷ୍ଟେସନ ନିକଟ ଖୁଜେନପାଲି ନାଳା ପୋଲ ନିକଟରେ ଆଜି ଜଣେ ବ୍ୟକ୍ତି ଟ୍ରେନ ସମ୍ମୁଖକୁ ଡେଇଁପଡ଼ିଥିବା ଖବର ମିଳିଛି । ଟ୍ରେନ୍‌ ସମ୍ମୁଖରେ ଡେଇଁପଡ଼ିବାରୁ ଚଳନ୍ତା ଟ୍ରେନରେ ପିଟି ହୋଇ ତାଙ୍କର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତିଙ୍କ ବୟସ ପ୍ରାୟ ୬୦ ବର୍ଷ ହୋଇଥିବା ବେଳେ ଏପର୍ଯ୍ୟନ୍ତ ତାଙ୍କର ପରିଚୟ ମିଳିପାରିନାହିଁ । ଅନ୍ୟପଟେ ବଲାଙ୍ଗିର ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ କରିଛି । ତେବେ ସେ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କରିଛନ୍ତି ସେନେଇ ଏବେ କୌଣସି ସ୍ପଷ୍ଟ ତଥ୍ୟ ମିଳିନାହିଁ ବୋଲି ରେଳବାଇ ଥାନାଧିକାରୀ ସୁକାନ୍ତ ପ୍ରଧାନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.