
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା କାରାଗାରରେ ବିଚାରାଧୀନ ଜଣେ କଏଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସଦରଥାନା ଅନ୍ତର୍ଗତ ବାରପୁରଗିଆ ଗାଁର ଗଣେଶ ନାଗ ୨୦୧୭ରେ ଏକ ହତ୍ୟା ମାମଲାରେ ଗିରଫ୍ ହୋଇ ଜେଲ୍ରେ ବିଚାରାଧୀନ କଏଦୀ ଭାବେ ରହିଥିଲେ । ଗତ କିଛି ଦିନ ହେଲା ଗଣେଶଙ୍କ ଦେହ ଅସୁସ୍ଥ ରହିୁଥିବା ବେଳେ ଗତ ୨୨ ତାରିଖ ଦିନ ତାଙ୍କୁ ଭୀମ ଭୋଇ ମେଡ଼ିକାଲ କଲେଜ ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତେବେ ଗତ ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନାରେ କୁହାଯାଇଛି । ଆଇନ ଅନୁସାରେ ତାଙ୍କ ପରିବାର ଲୋକଙ୍କୁ ଏ ସଂପର୍କରେ ଖବର ଦିଆଯାଇଥିବା ଜଣାପଡ଼ିଛି ।