ଏଏନଏମ ଦମୟନ୍ତୀ ବାରିକଙ୍କ ସନ୍ଦେହଜନକ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ ଷ୍ଟାଫ କ୍ୱାର୍ଟରରେ ସନ୍ଦେହଜନକ ମୃତ୍ୟୁ ଘଟିଛି । ଶୋଇଥିବା ଘରେ ସେ ପୋଡ଼ି ଯାଇ ମୃତ୍ୟୁବରଣ କରିଛନ୍ତି । ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତାହା ଜଣାପଡ଼ିନାହିଁ । ପାରିବାରିକ କଳହରୁ ଏହି କାଣ୍ଡ ଘଟିଥିବା କୁହାଯାଉଛି । ମୃତ ଏଏନଏମଙ୍କ ସ୍ୱାମୀ ମଧ୍ୟ ପୋଡି ଯାଇ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.