jayashree

ବଟେଶ୍ୱର ସମୁଦ୍ରରେ ବୁଡ଼ି ଜଣେ କଲେଜ ଛାତ୍ରର ମୃତ୍ୟୁ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ହୁମ୍ମା ବଟେଶ୍ୱର ସମୁଦ୍ର ବେଳାଭୂମିକୁ ବୁଲିବାକୁ ଯାଇ ସମୁଦ୍ରରେ ଗାଧୋଉ ଥିବାବେଳେ ପାଣତରେ ବୁଡି ଛାତ୍ରଙ୍କ ମୃତ୍ୟୁ । ମୃତକଙ୍କୁ ଛତ୍ରପୁର ଉପଖଣ୍ଡ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ପାଇଁ ବ୍ୟବସ୍ଥା କରାଯାଉଛି । ମୃତକ ଜଣକ ହେଲେ ଛତ୍ରପୁର ସହରାଞ୍ଚଳ ରିକାପଲ୍ଲୀ ବିନୋଦ ବିହାର ସାମ୍ନାରେ ରହୁଥିବା ସୀତାରାମ ସାହୁଙ୍କ ଏକ ମାତ୍ର ପୁତ୍ର ଅଭିଷେକ ସାହୁ(୧୭) ବୋଲି ଜଣାପଡିଛି । ଅଭିଷେକ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ପ୍ରଥମ ବର୍ଷ ଯୁକ୍ତ ୨ ଶ୍ରେଣୀରେ ଅଧ୍ୟୟନ କରୁଥିଲେ । ରବିବାର ମଧ୍ୟାହ୍ନ ବେଳକୁ କିଛି ଜଣ ସାଙ୍ଗ ସାଥୀଙ୍କ ସହ ଅଭିଷେକ ବଟେଶ୍ୱର ସମୁଦ୍ରକୁ ବୁଲିବାକୁ ଯାଇ ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ି ଯାଇଥିଲେ ବୋଲି କୁହାଯାଏ । ମୃତକଙ୍କ ସପରିବାର ଏହା ଶୁଣି ଛତ୍ରପୁର ହସ୍ପିଟାଲକୁ ଧାଇଁ ଆସିଥିଲେ, ମୃତ ଅଭିଷେକଙ୍କ ଶବ ଦେଖି ବୁକୁ ଫଟା କ୍ରନ୍ଦନର ରୋଳରେ ସ୍ଥାନଟି ଶୋକାକୁଳମୟ ପରିବେଶ ସୃଷ୍ଟି ହୋଇଯାଇଛି ।

Leave A Reply

Your email address will not be published.