ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ବଡ଼ ମେଡ଼ିକାଲ ପରିସରରୁ ଉଦ୍ଧାର ହୋଇଛି ନବଜାତ ଶିଶୁର ମୃତଦେହ । ଗତ କିଛିମାସ ହେଲା ନବଜାତ ଶିଶୁମାନଙ୍କର ମୃତଦେହ ବାରମ୍ବାର ଉଦ୍ଧାର ହେଉଛି ବଲାଙ୍ଗିର ସହରରେ । ଏହାକୁ ନେଇ ଚର୍ଚ୍ଚା ସର୍ବଦା ଲାଗି ରହିଛି । ଏତିକି ବେଳେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲ ପରିସରରୁ ପୁଣି ନବଜାତ ଶିଶୁର ମୃତଦେହ ଉଦ୍ଧାର ହୋଇଛି । ହସ୍ପିଟାଲର ଏମ୍ସିଏଚ୍ କୋଠା ନିକଟରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି ।
Next Post