କଣ୍ଟେନର ଭିତରେ ପଡିଛି ଡ୍ରାଇଭରଙ୍କ ମୃତଦେହ

ସୋର : ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ୧୬ ନମ୍ବର ଜାତୀୟ ରାଜପଥ ମଞ୍ଜରୀପୁରଠାରେ ଏକ କଣ୍ଟେନରଟି ୩ ଦିନ ହେବ ରାଜପଥ କଡ଼ରେ ଅଟକି ରହିଛି । ରବିବାର ଡ୍ରାଇଭର ଜଣଙ୍କର ମୃତ୍ୟୁ ହେବା ପରେ ଦୁର୍ଗନ୍ଧ ଆସିବାରୁ ପାର୍ବତୀ ଢାବାର ମାଲିକ ବିଜୟ ବେହେରା କଣ୍ଟେନର ନିକଟକୁ ଯାଇ ଦେଖିଥିଲେ । ବିଜୟ ରବିବାର ରାତିରେ ସିମୁଳିଆ ପୋଲିସକୁ ଖବର ଦେଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପଳାଇ ଯାଇଥିଲା । ବର୍ତ୍ତମାନ ସୁଦ୍ଧା ଡ୍ରାଇଭର ଜଣଙ୍କର ମୃତଦେହ କଣ୍ଟେନର ଭିତରେ ପଡିଥିବା ବେଳେ ମୃତ୍ୟୁର କାରଣ ଜଣା ପଡିନାହିଁ ।

Leave A Reply

Your email address will not be published.