om academy

ବନ୍ଦ ଘରୁ ମିଳିଲା ମହିଳାଙ୍କ ମୃତଦେହ

jsm

ବାରଙ୍ଗ : ବନ୍ଦ ଘରୁ ମିଳିଲା ମହିଳାଙ୍କ ମୃତଦେହ । ଚନ୍ଦ୍ରଶେଖରପୁର ଥାନା ଏଚ୍‌ଆଇଜି କଲୋନୀରୁ ଜଣେ ବୟସ୍କା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଖବର ଅନୁଯାୟୀ, ଚନ୍ଦ୍ରଶେଖରପୁରସ୍ଥିତ ଏଚ୍‌ଆଇଜି ୪/୬ କଲୋନୀର ଏକ କୋଠରୀରୁ ଦୁର୍ଗନ୍ଧ ହୋଇଥିଲା । ଏହାପରେ ପଡୋଶୀମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଘର ଭିତରୁ ମୃତଦେହକୁ ବାହାର କରିଥିଲେ । ତେବେ ମୃତ ବୃଦ୍ଧାଙ୍କ ନାମ ଇରା ପାଲିତ । ତାଙ୍କର କୌଣସି ସନ୍ତାନ ନଥିବା ବେଳେ ୪ ବର୍ଷ ତଳେ ସ୍ୱାମୀଙ୍କର ମୃତ୍ୟୁ ହୋଇଯାଇଛି । ତେବେ ମୃତ୍ୟୁର ସଠିକ କାରଣ ଜଣାଡିନଥିବା ବେଳେ ଚନ୍ଦ୍ରଶେଖରପୁର ପୋଲିସ ଘଟଣାର ତଦନ୍ତ କରୁଛି । ସେପଟେ ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ଘଟଣାର ଖୋଳତାଡ଼ କରୁଛି ।

Leave A Reply

Your email address will not be published.