ବ୍ରହ୍ମପୁର ବଡ଼ ମେଡ଼ିକାଲ ପରିସରରେ ଅପରିଚିତ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବଡ଼ ମେଡ଼ିକାଲ (ଏମ୍‌କେସିଜି)ର ଏସ୍‌.ଏସ୍‌. କୋଠା ସାମ୍ନାରେ ଥିବା ଏକ ଅଟୋରୁ ମେଡିକାଲ ଫାଣ୍ଡି ପୁଲିସ ଜଣେ ବ୍ୟକ୍ତିଙ୍କ ମୃତଦେହ ଜବତ କରିଛି । ମୃତ୍ୟୁ ବ୍ୟକ୍ତିଙ୍କ ଆନୁମାନିକ ବୟସ ୪୦ରୁ ୪୫ ହୋଇଥିବା ବେଳେ ଏ ଯାବତ ତାଙ୍କ ପରିଚୟ ମିଳିନଥିବା ଜଣାପଡିଛି । ଉକ୍ତ ବ୍ୟକ୍ତି ଜଣକ ମେଡ଼ିକାଲକୁ ଚିକିତ୍ସା କରିବାକୁ ଆସିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଅନ୍ୟପକ୍ଷରେ କିଭଳି ଓ କାହିଁକି ତାଙ୍କର ମୃତ୍ୟୁ ହୋଇଛି ତାହା ଜଣାପଡିନାହିିଁ । ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ।

Leave A Reply

Your email address will not be published.