om academy

ଜଙ୍ଗଲରୁ ଅଚିହ୍ନା ଗଳିତ ମୃତଦେହ ଠାବ

jsm

ଯାଜପୁର : ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ସୁଭଦ୍ରପୁର ଚାରିବାଟିଆ ୫୩ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା କୋଣାର୍କ ଢ଼ାବା ପଛପଟ ବାରୁଣଖବନ୍ତ ପାହାଡ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ମୃତକଙ୍କ ପରିଚୟ ମିଳିପାରି ନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରିଛି । ଶବଟି ୧୫ରୁ ୨୦ ଦିନ ଧରି ପଡ଼ି ରହିଥିବା ଅନୁମାନ କରାଯାଉଛି । ସୂଚନାନୁଯାୟୀ, ଶବଟି ଜଣେ ମହିଳାଙ୍କର ହୋଇଥିବା ଅନୁମାନ କରାଯାଉଛି । ଦୁଇଟି ହାତରେ ଚୂଡି ପିନ୍ଧି ଥିବା ଦେଖିବାକୁ ମିଳିଛି । ବାରୁଣାବନୀ ପର୍ବତ ପାଦ ଦେଶରେ ଚାରିପାଖ ଜଙ୍ଗଲ ହୋଇଥିବା କାରଣରୁ ଏହା କାହା ନଜରକୁ ଆସି ନଥିଲା । ଆଖପାଖ ଅଞ୍ଚଳରେ ପଚା ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଧାନମଣ୍ଡଳ ଓ ଚଣ୍ଡିଖୋଲ ପୋଲିସ ଫାଣ୍ଡି ଅଧିକାରୀ ଦିଲ୍ଲୀପ୍ କଣ୍ଡି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତକଙ୍କ ପରିଚୟ ମିଳିପାରି ନାହିଁ ।

Leave A Reply

Your email address will not be published.