om academy

ଟ୍ରେନ ଧକ୍କାରେ ଦଶମ ଶ୍ରେଣୀ ଛାତ୍ରୀ ମୃତ

jsm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସରକାରୀ ରେଳବାଇ ଥାନା ଅନ୍ତର୍ଗତ ପଞ୍ଚମା ରେଳ ଫାଟକ ନିକଟରେ ଚଳନ୍ତା ଟ୍ରେନ ଧକ୍କାରେ ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ରୀ ଜଣଙ୍କ ହେଲେ ପଞ୍ଚମା ଗ୍ରାମର ସଦା ରାଉଳଙ୍କ ଝିଅ ରଶ୍ମିତା ରାଉଳ । ସେ ପଞ୍ଚମା ଉଚ୍ଚ ବିଦ୍ୟାଳୟରେ ପଢୁଥିଲେ । ଗତକାଲି ଦିନ ୧ଟା ବେଳେ ସ୍କୁଲରୁ ମଧ୍ୟାହ୍ନ ଭୋଜନ ଖାଇବାକୁ ଘରକୁ ଆସିଥିଲେ । ହେଲେ ସେ ରେଳ ଧାରଣା ପାର ହେଉଥିବା ବେଳେ ଟ୍ରେନ ଧକ୍କାରେ ତାଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି । ରେଳବାଇ ପୁଲିସ ପହଞ୍ଚି ଛାତ୍ରୀଙ୍କ ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.