om academy

ପୋଖରୀରେ ବୁଡ଼ି ୫ ବର୍ଷର ଶିଶୁକନ୍ୟା ମୃତ

jsm

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମାଧପୁର ଅଣଖାସାହିରେ ପୋଖରୀରେ ବୁଡ଼ି ଜଣେ ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ଶିଶୁକନ୍ୟା ଜଣଙ୍କ ମାଧପୁର ପଞ୍ଚାୟତ ଅଣଖାସାହି ଗାଁର ରଞ୍ଜନ ଦାସଙ୍କ ଝିଅ ସ୍ଵାତି ଦାସ ବୋଲି ଜଣାପଡିଛି । ସୂଚନା ଅନୁସାରେ ଶିଶୁଟି ଘର ନିକଟରେ ଖେଳୁଥବା ସମୟରେ ଅସାବଧାନତା ଯୋଗୁଁ ପୋଖରୀରେ ପଡ଼ିଯାଇଥିଲା । ପରିବାର ଲୋକେ ଶିଶୁଟିକୁ ପୋଖରୀ ମଧ୍ୟରୁ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ମୃତ ଘୋଷଣା କରିଛନ୍ତି । ଏନେଇ ମେଡିକାଲ ପରିସରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.