oum

ସାଙ୍ଗର ଠେଙ୍ଗା ମାଡ଼ରେ ଅନ୍ୟ ଜଣେ ସାଙ୍ଗ ମୃତ

jsm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସାମାନ୍ୟ ବଚସାରୁ ସାଙ୍ଗର ଜୀବନ ନେଲା ନୃଶଂସ ବନ୍ଧୁ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବଡଆଗୁଳ ଗଙ୍ଗାପୁର ରାସ୍ତାରେ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି । ସୂଚନାନୁଯାୟୀ, ଗତକାଲି ସନ୍ଧ୍ୟାରେ ବଡଆଗୁଳ ଗାଁର ଅମର ମଲ୍ଲିକ ତାଙ୍କ ସାଙ୍ଗ ମୂଷା କରଣଙ୍କ ଘର ଆଗରେ ବସି ମଦ୍ୟପାନ କରିଥିଲେ । ଏହାପରେ ଉଭୟ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ପରେ ଏହି ବଚସା ଉଗ୍ରରୂପ ନେଇଥିଲା । ମୂଷା କରଣ ଠେଙ୍ଗାରେ ଅମରଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ଫଳରେ ଗାଁ ଦାଣ୍ଡରେ ଟଳିପଡିଥିଲେ ଅମର । ଗାଁ ଲୋକ ଓ ଅମରଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି କବିସୂର୍ଯ୍ୟନଗର ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.