ଶୌଚ କରିବାକୁ ଯାଉଥିବା ଯୁବକ ଟ୍ରେନ ଧକ୍କାରେ ମୃତ

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି ମୁରିବାହାଲ ରେଲ ସେକ୍ସନର ବଙ୍ଗୋମୁଣ୍ଡା ରେଲ ଫାଟକ ନିକଟସ୍ଥ କି.ମି.ଖମ୍ବ ନଂ.୧୭୧/୩/୨ ନିକଟକୁ ଜଣେ ଯୁବକ ଶୌଚ କରିବାକୁ ରେଲ ଧାରଣା କଡରେ ଚାଲି ଚାଲି ଯାଉଥିବା ଏକ ମାଲବାହି ଟ୍ରେନର ଧକ୍କାରେ ମୃତ ହୋଇ ଥିବା ଜଣା ଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ଯୁବକ ଜଣକ ସିନ୍ଧେକେଲା ଥାନା ତୁରେକେଲା ଗ୍ରାମର ପରମେଶ୍ୱର ହଂସ (୩୮) ବୋଲି ଜଣାପଡଛି । ଯୁବକ ଜଣକ ପକ୍ଷଘାତ ରୋଗରେ ପିଡିତ ଥିବାରୁ ଚାଲିପାରି ନ ଥିବାରୁ ଟ୍ରେନ ଧକ୍କାରେ ଘଟଣାସ୍ଥଳରେ ହିଁ ମୃତ ହୋଇ ଖଣ୍ଡବିଖଣ୍ଡିତ ଅବସ୍ଥାରେ ଜି.ଆର.ପି. ପୋଲିସ ଶବ ଜବତ କରିଛି । କଂଟାବାଂଜି ଜି.ଆର.ପି. କେସ ନଂ.୩/୨୦୨୧ ଏକ ଅପମୃତ୍ୟୁ ମାମାଲ ରୁଜୁ କରି ସ୍ଥାନୀୟ ଡାକ୍ତରଖାନାରେ ଶବ ବ୍ୟବଛେଦ କଲାପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ମୃତକ ଯୁବକ ଜଣକ ନିଜ ଗାଁ ତୁରେକେଲାରୁ କଂଟାବାଂଜିକୁ ମାର୍କେଟିଂଗ କରିବାକୁ ଆସିଥିବା ପରିବାର ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.