ଭୟଙ୍କର ସଡ଼କ ଦୁର୍ଘଟଣା, ୩ ମୃତ

ଖୋର୍ଦ୍ଧା : ଭୟଙ୍କର ସଡ଼କ ଦୁର୍ଘଟଣା । ୩ ମୃତ । ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ପିତାପଲୀ ଛକ ଠାରୁ ଜାତୀୟ ରାଜପଥର ରଙ୍ଗ ରୁଟ୍‌ରେ ବାଇକ୍‌ରେ ୩ ଜଣ ଆସୁଥିଲେ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ କଣ୍ଟେନର ସହିତ ଭାରସାମ୍ୟ ହରାଇ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ଗାଡ଼ିରେ ଥିବା ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତିନି ଜଣଙ୍କୁ ମୃତ ଘୋଷଣା କରିଥିଲେ । ତେବେ ତିନି ମୃତକ ହେଲାଙ୍ଗ ଅଞ୍ଚଳର ବୋଲି ଜଣାପଡିଛି । ଦୁର୍ଘଟଣାର ଖବର ପାଇ ସ୍ଥାନୀୟ ଶିଳ୍ପାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି । ଏହାସହିତ କଣ୍ଟେନର ଗାଡ଼ିର ଡ୍ରାଇଭରଙ୍କୁ ମଧ୍ୟ ଥାନାରେ ଅଟକ ରଖିଛି । ଶିଳ୍ପାଞ୍ଚଳ ଥାନା ପୋଲିସ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.