ଗୁଣପୁର : ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର । ଦମ୍ପତି ମୃତ ୪ ଗୁରୁତର । ଗୁଣପୁର ଥାନା ଗୁଲୁମୁଣ୍ଡା ମୁଖ୍ୟ ରାସ୍ତାରେ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଶୁକ୍ରବାର ଗୁଣପୁର ଥାନା ଗୁଲୁମୁଣ୍ଡା ମୁଖ୍ୟ ରାସ୍ତାରେ ଏକ ଇଟା ବୋଝେଇ ଟ୍ରାକ୍ଟର ଓଲଟି ପଡିଥିଲା । ଇଟା ତଳେ ଚାପି ହୋଇ ଏକ ଦମ୍ପତିଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ଆଉ ୪ ଜଣ ଗୁରୁତର ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ଗୁଣପୁର ପୋଲିସ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲା । ତେବେ ୪ ଗୁରୁତରଙ୍କୁ ଗୁଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଖବର ମିଳିଛି ।