ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯୁବକ ମୃତ

ଭଞ୍ଜନଗର : ଘର ରଙ୍ଗ କାର୍ଯ୍ୟ କଲାବେଳେ ୩୩ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯୁବକ ମୃତ । ମୃତ ଜଣକ ଭଞ୍ଜନଗର ଥାନା ବାଲିଆପଟ୍ଟା ଗ୍ରାମର ଅକ୍ଷୟ ନାୟକ ବୋଲି ଜଣାପଡିଛି । ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ମୋହନା କଲେଜ ଛକରେ ଏଭଳି ଘଟଣା ଘଟିଛି । ସୂଚନା ଅନୁଯାୟୀ, ମୋହନା କଲେଜ ଛକ ନିକଟରେ ଏକ ନିର୍ମାଣାଧିନ ଘରର ରଙ୍ଗ କାର୍ଯ୍ୟ ଚାଲିଥିଲା । ସେଠାରେ କାମ କରୁଥିବା ବେଳେ ଘର ଉପର ଦେଇ ଯାଇଥିବା ୩୩ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲେ ଅକ୍ଷୟ । ଏହା ଦେଖି ସେଠାରେ କାର୍ଯ୍ୟରତ ଅନ୍ୟ ଶ୍ରମିକମାନେ ତାଙ୍କୁ ତୁରନ୍ତ ମୋହନା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ଅକ୍ଷୟଙ୍କୁ ମୃତ ଘୋଷଣା କରିଥିଲେ । ଏ ବିଷୟରେ ଶ୍ରମିକମାନେ ମୋହନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.