ପଡ଼ୋଶୀଙ୍କ ଟାଙ୍ଗିଆ ଚୋଟରେ ମହିଳା ମୃତ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କୋକସରା ଥାନା ମାଝୀଗୁଡ଼ା ଗାଁରେ ଏକ ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି । ପଡ଼ୋଶୀଙ୍କ ଟାଙ୍ଗିଆ ଚୋଟରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ମାଝୀଗୁଡ଼ା ଗାଁର କାଳନ୍ଦୀ ତାଣ୍ଡି(୬୦) । ସୂଚନା ଅନୁସାରେ, ଭୋର ସମୟରେ ଗାଧୋଇ ସାରି ଘରକୁ ଫେରିବା ବେଳେ ଅଭିଯୁକ୍ତ ଶ୍ରୀକର ପୁଞ୍ଜି ଟାଙ୍ଗିଆରେ କାଳନ୍ଦୀଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ କେଉଁ କାରଣରୁ ମହିଳାଙ୍କୁ ହତ୍ୟା କରିଛନ୍ତି ପଡ଼ୋଶୀ, ତାହା ଜଣାପଡ଼ି ନାହିଁ । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଶ୍ରୀକର ପୁଞ୍ଜି ଫେରାର୍‌ ହୋଇଯାଇଛି । ପୁଲିସ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.