ଗଛ କାଟିବା ବେଳେ ପାଚେରୀ ପଡି ଯୁବକ ମୃତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ସହରର ବଲାଙ୍ଗିର ଛକ ନିକଟରେ ଜନୈକ ବ୍ୟବସାୟୀଙ୍କ ଘରକୁ ଲାଗି ଥିବା ଏକ ଗଛ କାଟିବା ସମୟରେ ଉକ୍ତ ଗଛ ନିକଟରେ ଥିବା ପାଚେରୀ ଉପରେ ପଡିଯାଇଥିଲା । ପାଚେରୀ ଭାଙ୍ଗି ଯୁବକଙ୍କ ଉପରେ ଚାପି ହୋଇଯାଇଥିଲା । ଖବର ପାଇ କେସିଙ୍ଗା ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଯୁବକଙ୍କୁ ଉଦ୍ଧାର କରି କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଯୁବକ ଜଣକ ବଗାଡ଼ର ଭୋଜରାଜ ସାହୁ ବୋଲି ସୂଚନା ମିଳିଛି । ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.