ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପାଦ ଦେଶରେ ପ୍ରବାହିତ ହେଉଥିବା ଝରଣାରେ ଗାଧୋଇବା ପାଇଁ ଆଜି କେତେକ ଯୁବକ ଭୀମଧାରରେ ପହଞ୍ଚି ଗାଧୋଉ ଥିବା ବେଳେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ ଚକୁଳି ଫାର୍ମ ଅଞ୍ଚଳର ଶ୍ରୀରାମ ବାସନ ସେଠି (୧୮) । ସୂଚନା ଅନୁସାରେ ସେ ପାଣିରେ ବୁଡି ରହିଥିବା ସମୟରେ ଅଗ୍ନିଶମ ବାହିନୀ ପହଞ୍ଚି ସେଠାରୁ ତାଙ୍କୁ ଉଦ୍ଧାର କରି ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଜଣକ ତାଙ୍କ କିଛି ସାଙ୍ଗଙ୍କ ସହିତ ନୃସିଂହନାଥ ଆସିଥିଲେ । ସେମାନେ ଭୀମଧାର ଝରଣାର ଗାଧୋଉ ଥିବା ବେଳେ ମୃତ ଯୁବକ ଭାସି ଯାଇ ଏକ ପଥରରେ ଫସି ଯାଇଥିଲେ । ସେଠାରୁ ଉଦ୍ଧାର କରି ତାଙ୍କୁ ଡାକ୍ତରଖାନା ପଠାଯାଇଥିଲା ।