ବଜ୍ରାଘାତ ନାବାଳକ ମୃତ, ୨ ଆହତ

ନୟାଗଡ : ନୟାଗଡ ଜିଲ୍ଲା ଫତେଗଡ ଥାନା ଭାଲୁଖିଆ ଗ୍ରାମରେ ବଜ୍ରାଘାତରେ ଜଣେ ନାବାଳକଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ନରେଶ ନାୟକଙ୍କ ୧୦ ବର୍ଷର ପୁଅ ସର୍ବେଶ୍ଵର ନାୟକ । ସେ ଗଛ ତଳେ ଛିଡା ହୋଇଥିବା ବେଳେ ବଜ୍ରପାତ ହୋଇଥିଲା । ଆହତ ୨ ଜଣ ୮ ବର୍ଷର ଚନ୍ଦନ ନାୟକ ଏବଂ ୪୦ ବର୍ଷ ବୟସ୍କ ପତିତ ନାୟକ ବୋଲି ଜଣାପଡିଛି ।

Leave A Reply

Your email address will not be published.