
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସବ୍ଡିଭିଜିନ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ଥାନା ଅଧୀନସ୍ଥ କୁଶାପଲ୍ଲୀ ନିକଟରେ ଗତକାଲି ଏକ ବାଇକ୍ ଦୁର୍ଘଟଣା ଘଟିଥିବା ଜଣାପଡିଛି । ପ୍ରକାଶ ଥାଉକି, ଜଣେ ଯୁବକ ଗଣ୍ଡାଧର ଗାଁରୁ ଯାତ୍ରା ଦେଖିବାକୁ ଯାଇ ବାଇକ୍ ଯୋଗେ ଫେରୁଥିବା ବେଳେ ଉକ୍ତ ଗାଁ ନିକଟରେ ଏକ ବୁଲାଣି ନିକଟରେ ଏକ କାକପୋଇ ଗଛରେ ଧକ୍କା ହୋଇଥିଲା । ସେଠାରେ ଗୋପବନ୍ଧୁ ଚାରିଟେବୁଲ ସଂଗଠନ ତରଫରୁ ସ୍ୱେଚ୍ଛାସେବୀ ଗୋଷ୍ଠୀ ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ହସ୍ପିଟାଲକୁ ନେଇଥିଲେ । ଭଞ୍ଜନଗର ଉପଖଣ୍ଡ ହସ୍ପିଟାଲ୍ରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ପଞ୍ଚଭୂତି ଗ୍ରାମର ଖଦାଳ ସାହିର ଶ୍ୟାମଘନ ନାୟକ ବୋଲି ସୂଚନା ମିଳିଛି ।