କୋକନରାରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କୋକନରା ଗ୍ରାମ ଠାରେ ମୋ ସ୍କୁଲ ଅଭିଯାନ କାର୍ୟ୍ୟକ୍ରମ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ହରେକୃଷ୍ଣ ଚନନ୍ଦଙ୍କ ସଭାପତି‌ତ୍ୱରେ କୋଭିଡ -୧୯ ଗାଇଡଲାଇନ ପାଳନ ପୂର୍ବକ ଏକ ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ତହସିଲଦାର ରାଜେନ୍ଦ୍ର ରାଉତ, ସମ୍ମାନିତ ଅତିଥି ରୂପେ ଏବିଇଓ ଶିବପ୍ରସାଦ ଯୋଶୀ, ପ୍ରେମାନନ୍ଦ ବାରିକ ଯୋଗ ଦେଇଥିଲେ ଏବଂ ମୋ ସ୍କୁଲ ଅଭିଯାନ ଉପରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ସଭାକୁ ପରିଚାଳନା କରିଥିଲେ ଡୋଲାମଣି ମାହାର । କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ପ୍ରଧାନ ଶିକ୍ଷକ ଚକ୍ରଧର ଅଦାବର, ରାଜେନ୍ଦ୍ର ରାଉତ, କର୍ମୁ ବିଶ୍ୱାଳ, ତପନ ବଢେଇ, ଦୟାନିଧି କୈବର୍ତ୍ତ, ଉଦରଗ ରାଉତ ଏବଂ କମଳ ସିଂ । କୋକନରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ରୂପେ ଗ୍ରହଣ କରିଥିଲେ । ଶେଷରେ କେଦାର ନାଥ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.