ରେଙ୍ଗାଲି ଗ୍ରାମରେ ପଞ୍ଚାୟତସ୍ତରୀୟ କଂଗ୍ରେସ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୁରିବାହାଲ ବ୍ଲକର ଇଛାପଡା ଗ୍ରାମ ପଞ୍ଚାୟତର ରେଙ୍ଗାଲି ଖେଳପଡିଆଠାରେ କଂଗ୍ରେସ ଦଳର ପଞ୍ଚାୟତସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଇଛାପଡା ସରପଞ୍ଚ ଶ୍ରୀମତୀ ସୁଭାଷିନୀ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ଯୁବନେତା ଅମିତ ସିଂ ସାଲୁଜା (ସେଜିସିଂ) ଯୋଗଦେଇ ଆଗାମୀ ସାଧାରଣ ନିର୍ବାଚନରେ ଦଳକୁ ବୁଥ୍‌ସ୍ତରରୁ ମଜଭୁତ କରି ଆଗାମୀ ନିର୍ବାଚନରେ ଦଳକୁ ପୁନଃବିଜୟୀ କରିବା ପାଇଁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । କଂଗ୍ରେସ ଦଳର ନୀତି ଆଦର୍ଶ ତଥା କଣ୍ଟାବାଞ୍ଜି ବିଧାୟକ ସାଲୁଜାଙ୍କ ଉନ୍ନତିମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଅନ୍ୟ ଦଳ ଛାଡି ୭୦ଜଣରୁ ଅଧିକ କର୍ମୀ କଂଗ୍ରେସ ଦଳରେ ସାମିଲ ହେଲେ । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଟ କଂଗ୍ରେସ ନେତା ଯଦୁପତି ଅଗସ୍ତି, ଚିନ୍ତାମଣି ବେହେରା, ଭଗବାନ ପଧାନ, ସୁବାସ ବୟେ, କ୍ଷୀରସିନ୍ଧୁ ବେହେରା, ପୂର୍ଣ୍ଣ ଥପା, ଅକ୍ଷୟ ନାଗ, ତରୁଣ ହାତିଖୁଜିଆ, ଯୁଗେଶ୍ୱର ଭୋଇଙ୍କ ସମେତ ୨୦୦ଶହରୁ ଅଧିକ କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.