ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ରିକାପଲ୍ଲୀ କଳ୍ପ ବାସିନୀପୀଠ କମିଟି ପକ୍ଷରୁ ନିଆରା ମକର ମିଳନ ପରମ୍ପରା ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ପବିତ୍ର ମକର ସଂକ୍ରାନ୍ତି ଅବସରରେ ଶ୍ରୀ ଶ୍ରୀ ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ଏକ ଆନନ୍ଦ ବଜାର ଅବା ଅନ୍ନ ପ୍ରସାଦ ବ୍ୟବସ୍ଥା ହୋଇଥିଲା । ଆଖପାଖ ଅଞ୍ଚଳରୁ ବହୁସଂଖ୍ୟାରେ ଭକ୍ତମାନେ ଆସି ସ୍ଵାଦିଷ୍ଟ ଅନ୍ନ ଭୋଗ ଖାଇ ଆନନ୍ଦରେ ଘରକୁ ଫେରିଛନ୍ତି । ଶ୍ରୀଶ୍ରୀ ମା’ ବୁଢ଼ୀ ଠାକୁରାଣୀ ମନ୍ଦିର କମିଟି ପକ୍ଷରୁ ସମସ୍ତ ସହଯୋଗୀ ସଦସ୍ୟମାନେ ଏଥିରେ ସକ୍ରୀୟ ସହଯୋଗ କରିଥିବା ବେଳେ ସ୍ଥାନୀୟ ସମାଜସେବୀ ଦୀପକ ମୁଦୁଲି ଏଥିରେ ମୁଖ୍ୟକର୍ତ୍ତା ଭାବେ ଅଂଶଗ୍ରହଣ କରିଥିଲେ । ମା’ ବୁଢ଼ୀ ଠାକୁରାଣୀ ମନ୍ଦିର କମିଟିର ସଭାପତି ସୁନୀଲ କୁମାର ଗୌଡ଼, ସମ୍ପାଦକ ବିଜୟାନନ୍ଦ ନାୟକ, କୋଷାଧ୍ୟକ୍ଷ ସଚ୍ଚିଦାନନ୍ଦ ନାୟକ, ଆର୍. ମୁରଲୀ ରେଡ୍ଡୀ, ଡି. ସୁରେଶ ରେଡ୍ଡୀ, ମନୋରଞ୍ଜନ ବେହେରା, ଦିବାକର ବେହେରା ପ୍ରମୁଖ ବହୁ ସଦସ୍ୟ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ ।
Prev Post