ମ. ରାମପୁର ଉର୍ଲାଦାନୀରେ ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି, (ପି.କେ. ସାହୁ) : ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ପ୍ରଶାସନ ଓ ସିଆର୍‌ପିଏଫ୍‌ ବି.୬୪ ବାଟାଲିୟନଙ୍କ ମିଳିତରେ ଭାରତ ମାତା ଏବଂ ବୀର ଯବାନଙ୍କ ନାମରେ ନାରା ଦେଇ କ୍ୟାମ୍ପରୁ ଉର୍ଲାଦାନୀ ଗ୍ରାମ ପରିକ୍ରମା ପରେ ସହିଦ ରେଣ୍ଡୋ ମାଝୀ ପ୍ରତିମୂର୍ତ୍ତି ପ୍ରାଙ୍ଗଣଠାରେ ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବୃକ୍ଷରୋପଣ, ପଞ୍ଚ ପ୍ରାଣ ଶପଥ ଗ୍ରହଣ, ମାଟି ସଂଗ୍ରହ, ମାଟି କୋ ନମନ ବୀରୋ କୋ ବନ୍ଦନ କାର୍ଯ୍ୟକ୍ରମ ପରେ ବାଟାଲିୟନର ମୁଖ୍ୟ ଜି. ନବୀ, ଉପସହାୟକ ବିଦ୍ୟାଧର ସେଠି ଓ ସମସ୍ତ ବାଟାଲିୟନଙ୍କ ଉପସ୍ଥିତିରେ ନେହେରୁ ଯୁବକେନ୍ଦ୍ର ଜାତୀୟ ଯୁବ ସ୍ବେଚ୍ଛାସେବୀ ସନତ କୁମାର ସାହୁଙ୍କ ଦ୍ଵାରା ସହିଦ ରେଣ୍ଡୋ ମାଝୀଙ୍କ ପରିବାର ବର୍ଗଙ୍କୁ ଫୁଲତୋଡା ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଉର୍ଲାଦାନୀ ସରପଞ୍ଚ ଶ୍ରୀମତୀ ସୁପ୍ରିୟା ମାଝୀ ଗୋପବନ୍ଧୁ ଯୁବକ ସଂଘର ସଭାପତି ଚନ୍ଦନ ଜେନା, ସମ୍ପାଦକ ଅନୀଲ ପରାସେଠ, କଳାରୁଦ୍ର ଯୁବକ ସଂଘ କୁଶୁର୍ଲା ହଜାରୀପଡାର କର୍ମକର୍ତ୍ତା ଦୟାନିଧି ସାହୁ, ହେମନ୍ତ ସାହୁ, ସନତ କୁମାର ସାହୁ, ବିକାଶ ଡ଼ିଗ୍ରୀ ମହାବିଦ୍ୟାଳୟ, ଭବାନୀପାଟଣା ଅଧ୍ୟକ୍ଷ ଡ଼ଃ ସୁଦୀପ୍ତ କୁମାର ଜେନ, ବିକାଶ ନର୍ସିଙ୍ଗ ମହାବିଦ୍ୟାଳୟ ଭବାନୀପାଟଣା ଅଧ୍ୟକ୍ଷା ଶ୍ରୀମତୀ କେ.ଜୟଶ୍ରୀ, ତରୁଣ ମଣ୍ଡଳ, ଏବଂ ବିକାଶ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ପ୍ରୀତମ ନାଗଙ୍କ ସମେତ ସିଆର୍‌ପିଏଫ୍‌ ବି.୬୪ବାଟାଲିୟନର ସମସ୍ତ ଯବାନ ଯୋଗଦେଇ କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ । ପରେ ଜାତୀୟ ଯୁବ ସ୍ୱେଚ୍ଛାସେବୀ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମଟି ଅଗଷ୍ଟ ୯ ତାରିଖରୁ ୧୫ ତାରିଖ ପ୍ରତ୍ୟେକ ବ୍ଲକସ୍ତରୀୟ ଓ ଗ୍ରାମ ପଞ୍ଚାୟତସ୍ତରୀୟ ମାଧ୍ୟମରେ ପାଳନ କରାଯିବ ।

Leave A Reply

Your email address will not be published.