ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅନ୍ତର୍ଗତ ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିରଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସର୍ଗିବାହାଲ ଆଦିବାସୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ସୁଶ୍ରୀ ନିହାରୀକା ଦଳପତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଶିଶୁମାନଙ୍କୁ ଅନୁସନ୍ଧାନ ମୂଳକ ବୈଜ୍ଞାନିକ ଚିନ୍ତାଧାରା ଉପରେ ପ୍ରେରଣା ଦେଇ କୁନିକୁନି ବୈଜ୍ଞାନିକମାନଙ୍କୁ ଉତ୍ସାହିତ କରିଥିଲେ । ଶିଶୁବାଟିକା, ପ୍ରସ୍ତୁତିବର୍ଗ, ଶିଶୁବର୍ଗ ଓ ବାଳବର୍ଗର ୧୧୫ଜଣ ଶିଶୁ ଭାଇଭଉଣୀ ଭାଗ ନେଇଥିଲେ । ବିଚାରକ ରୂପେ ସୁଶ୍ରୀ ନିହାରୀକା ଦଳପତି ଓ ଇଚ୍ଛାପାଲି ୟୁଜିଏମି ସ୍କୁଲର ପ୍ରଧାନଶିକ୍ଷକ ଲାବଣ୍ୟ ପଧାନ ଦାୟିତ୍ଵ ଗ୍ରହଣ କରିଥିଲେ । ବିଦ୍ୟାଳୟର ଗୁରୁଜୀ ହରେରାମ ସାହୁ ପରିଚୟ ପ୍ରଦାନ କରିଥିବା ବେଳେ ପରିଚାଳନା ସମିତିର ସଂପାଦକ ପ୍ରହଲ୍ଲାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଂପନ୍ନ ହୋଇଥିଲା ।

jittmm
Leave A Reply

Your email address will not be published.