jayashree

ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷା

ବାଙ୍କୀ : ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ସରକାରଙ୍କ ପରିଚାଳନାରେ ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି (ଏନଆର୍‌ଟିଏସ୍) ପରୀକ୍ଷା ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ବାଙ୍କୀ ଓ ଡମପଡା ବ୍ଲକର ୨୦୬ଜଣ ପରୀକ୍ଷାର୍ଥି ବାଙ୍କୀ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠରେ ଏହି ପରୀକ୍ଷା ଦେଇଛନ୍ତି । ସୂଚନା ଅନୁଯାୟୀ ଚଳିତ ବର୍ଷ ୯ମ ଶ୍ରେଣୀର ୨୧୧ଜଣ ପରୀକ୍ଷାର୍ଥୀଙ୍କ ପାଇଁ ବ୍ୟବସ୍ଥା ଥିଲା ବେଳେ କୌଣସି କାରଣରୁ ୫ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି । ପରୀକ୍ଷା କେନ୍ଦ୍ରର ତତ୍ୱାବଧାରକ ଭାବରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କାହ୍ନୁ ଚରଣ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରରେ ପରୀକ୍ଷା ପରିଚାଳିତ ହୋଇଥିଲା । ବରିଷ୍ଠ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀଙ୍କ ସମେତ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରୀକ୍ଷା ଦାୟିତ୍ୱ ତୁଲାଇଥିଲେ । ଡମପଡା ବ୍ଲକ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଅଶୋକ କୁମାର ପଟ୍ଟନାୟକ ଓ ପ୍ରଫୁଲ୍ଲ କୁମାର ବେହେରା ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ସୁପରିଚାଳନା ହୋଇଥିବା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.