oom

୫ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଚୁନା ପ୍ରକ୍ରିୟାକରଣ ମେସିନ ବଣ୍ଟନ ଉତ୍ସବ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ମିଶନ ଶକ୍ତି ଭବନଠାରେ ଆଜି ଓଡିଶା ମିଲେଟ ମିଶନ ପ୍ରକଳ୍ପ ଲୋକଶକ୍ତି ଅନୁଷ୍ଠାନ ପକ୍ଷରୁ ୫ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଚୁନା ପ୍ରକ୍ରିୟାକରଣ ମେସିନ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା, ବଙ୍ଗୋମୁଣ୍ଡା ଅତିରିକ୍ତ କୃଷି ଅଧିକାରୀ ସ୍ମାରକୀ ପ୍ରଧାନ, ବିଏଲ୍‌ସି ସତ୍ୟପ୍ରିୟ ବେହେରା, ବିପିସି ଘଣ୍ଟପ୍ରସାଦ ନାଗ, ସୁପରଭାଇଜର, ଏଫ୍‌ପିଓ ନିର୍ଦେଶକ ସସ୍ମିତା ପ୍ରଧାନ, ସିଇଓ ସୁବାସ ପୋଡ଼ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳରେ ଓଡିଶା ମିଲେଟ ମିଶନର କାର୍ଯ୍ୟକ୍ରମ ଚାଲିଛି । ପ୍ରୋସେସିଂ ପାଇଁ ବଙ୍ଗୋମୁଣ୍ଡା ଲୋକଶକ୍ତି ଅନୁଷ୍ଠାନ ତରଫରୁ ମାଣ୍ଡିଆ ଚୁନା ମେସିନ ସହ ବିଭିନ୍ନ ମେସିନ ଓଡିଶା ମିଲେଟ ମିଶନ ପକ୍ଷରୁ ଯୋଗାଇ ଦିଆଯାଉଛି । ଏହି ଅବସରରେ ବ୍ଲକର ୫ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଚୁନା ପ୍ରକ୍ରିୟାକରଣ ମେସିନ ବଣ୍ଟନ ଅତିଥିମାନଙ୍କ ଦ୍ୱାରା କରାଯାଇଥିଲା । ବ୍ଲକ ସଂଯୋଜକ ଓଁମ୍‌କାର ପୁଟେଲ ପରିଚାଳନା କରିଥିବା ବେଳେ ମନୋରଞ୍ଜନ ବନଛୋର ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ପପୁନ ପାଣିଗ୍ରାହୀ, ଗୋସିଙ୍ଗ ରଣା, ଭୂତେଶ୍ୱର ପୁଟେଲ, ନରେନ୍ଦ୍ର ବଚ୍ଛା, ଧରଣୀଧର ଛନ୍ଦା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.