jayashree

ମାୟାବର୍ହାରେ “ମାୟାମୁକ୍ତା” ଉତ୍ସବ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ହାଇସ୍କୁଲର ବାର୍ଷିକ ଉତ୍ସବ ‘ମାୟାମୁକ୍ତା’ ଆୟୋଜିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତ ଭବ୍ୟ ସଭାରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ପଦ୍ମଶ୍ରୀ ବିନୋଦ କୁମାର ପଶାୟତ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଆଶୀର୍ବାଦ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ମୁଖ୍ୟବକ୍ତା ଭାବରେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଟିଟିଲାଗଡ଼ ପ୍ରାକ୍ତନ ଅଧ୍ୟକ୍ଷ ଡ. ଶିବ ପ୍ରସାଦ ବେହେରା, ଶ୍ରୀରାମ କଲେଜର ପ୍ରାକ୍ତନ ଇଂରାଜୀ ରିଡର୍ ଦୁର୍ଗାପ୍ରସାଦ ସାହୁ, ଜାତୀୟ ସ୍ତରୀୟ ଯୋଗ ମୋଟିଭେଟର ଆର୍ତ୍ତତ୍ରାଣ ପାଢ଼ୀ, ଲୋଇସିଂହା ବିଡ଼ିଓ ତଥା ଆଲୁମିନି ଯୁଧିଷ୍ଠିର ମେହେର ପ୍ରମୁଖ ମଞ୍ଚାସୀନ ଥିଲେ । ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ହିନ୍ଦୀ ଶିକ୍ଷକ ନନ୍ଦିଘୋଷ ବାରିକ ସ୍ୱାଗତ ଅଭିଭାଷଣ ଦେଇଥିଲେ । କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥି ବୃନ୍ଦ ଟ୍ରଫି ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବେଣୁଧର ଚୌଧୁରୀ, ଭୋଳନାଥ ଛତର, ମୋ ସ୍କଲ ଅଭିଯାନ କମିଟିର ସଭାପତି ସତ୍ୟ ନାରାୟଣ ପ୍ରଧାନ, ଭକ୍ତ ଭୋଇ, ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରାରମ୍ଭରେ ଛାତ୍ରଛାତ୍ରୀମାନେ ବିଭିନ୍ନ ବେଶ ପୋଷାକରେ ଫେସନ ମଡେଲିଂ ଏବଂ ନୃତ୍ୟ, ସଙ୍ଗୀତ ପ୍ରଦର୍ଶନ କରିଥିଲେ । ଆଲୁମିନି ଶୁଭମ ଘିଭେଲା ଓ ତାଙ୍କ ଦଳ ପ୍ରାରମ୍ଭରେ କଂସ ଦରବାର ଓ ସାନ୍ଧ୍ୟ ଅଧିବେଶନରେ ରାବଣ ଦରବାରରେ ମାଆ ସୀତା ହରଣର ନାଟ୍ୟ ରୂପାନ୍ତର ପ୍ରଦର୍ଶନ କରିଥିଲେ । ଅଭିଭାବକ, ପରିଚାଳନା କମିଟିର ସଦସ୍ୟ ତଥା ଗ୍ରାମବାସୀ ବାର୍ଷିକ ଉତ୍ସବର ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଖେଳ ଶିକ୍ଷକ ପ୍ରହଲ୍ଲାଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ସଂଜୀବ କୁମାର ପୁଝାରୀ, କିରଣ ପୁଟେଲ, ସ୍ନିଗ୍ଧା ପଧାନ, ବିଭୀଷଣ ଖମାରୀ, ମିନିକେତନ୍ ଦାସ, ସୁରଜ ଖମାରୀ, ସମୀର କଠାର ପ୍ରମୁଖ ସକ୍ରିୟ ସହାଯୋଗ କରିଥିଲେ ।

Leave A Reply

Your email address will not be published.