ମନରେଗା ଯୋଜନାରେ ମାଟି ଉଠାଇଲେ ଇଞ୍ଜିନିୟରିଂ ଛାତ୍ରୀ

ପୁରୀ : ଶିକ୍ଷା ଆଗରେ ମୁଣ୍ଡ ନୁଆଁଇଛି ଦାରିଦ୍ର୍ୟତା । ନିଜର ହଷ୍ଟେଲ ଫିସ୍ ଦେଇ ନପାରି ଡିପ୍ଲୋମା ସାର୍ଟିଫିକେଟ୍ ଲାଗି ମନରେଗା ଯୋଜନାରେ ମାଟି ଉଠାଇଲେ ଇଞ୍ଜିନିୟରିଂ ଛାତ୍ରୀ ଲୋଜି ବେହେରା । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଗୋରଡ଼ାପିଡି ଗାଁରେ ଦେଖିବାକୁ ମିଳଛି ଏଭଳି ଦୃଶ୍ୟ । ଯୁବତୀ ଜଣଙ୍କ କୋଟାରେ ଖୋର୍ଦ୍ଧାର ଏକ ଘରୋଇ କଲେଜରେ ଡିପ୍ଲୋମାରେ ନାମ ଲେଖାଇଥିଲେ । ୪୪ ହଜାର ଟଙ୍କା ଫିସରୁ ୨୦ ହଜାର ଟଙ୍କା ଦେଇଥିଲେ, ହେଲେ ହଷ୍ଟେଲ ଫିସ ଓ ଅନ୍ୟାନ୍ୟ ବାବଦକୁ ବାକିଥିବା୨୪ ହଜାର ଟଙ୍କା ଲାଗି ତାଙ୍କ ସାର୍ଟିଫିକେଟ୍ ମିଳିନି । ଏବେ ଆଗକୁ ପାଠ ପଢିବାକୁ ଚାହୁଥିବା ରୋଜି ବେହେରା । ଜବକାର୍ଡ ମାଧ୍ୟମରେ ମନରେଗା ଯୋଜନାରେ କାମ କରୁଛନ୍ତି । ତେବେ ଆଶ୍ଚର୍ଯ୍ୟର କଥା ସରପଞ୍ଚ ଯେ କି ଏହି କାମ କରାଉଛନ୍ତି ସେ ଛାତ୍ରୀ ଜଣଙ୍କ ଇଞ୍ଜିନିୟର ପାଠ ପଢୁଥିବା ଜାଣିନଥିବା କହିଛନ୍ତି ।

Leave A Reply

Your email address will not be published.