ମନ୍‌ କୀ ବାତ୍ କାର୍ଯ୍ୟକ୍ରମର ଜୁନ୍ ୨୦୨୪ ଅଧ୍ୟାୟ ପାଇଁ ବିଚାର ଓ ମତାମତ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ, (ପିଆଇବି) : ନିର୍ବାଚନ ପାଇଁ ବନ୍ଦ ରହିଥିବା ମନ୍ କୀ ବାତ୍ କାର୍ଯ୍ୟକ୍ରମର ଆଗାମୀ ଅଧ୍ୟାୟ ଖୁବ୍‌ଶୀଘ୍ର ପ୍ରସାରଣ ହେବାକୁ ଯାଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟସ୍ତ କରିଛନ୍ତି । ଆକାଶବାଣୀରେ ଆସନ୍ତା ୩୦ ଜୁନ୍ ରବିବାର ଦିନ ମନ୍ କୀ ବାତ୍ କାର୍ଯ୍ୟକ୍ରମର ପ୍ରସାରଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ମନ୍ କୀ ବାତ୍ ୧୧୧ତମ ଅଧ୍ୟାୟ ପାଇଁ ବିଚାର ଓ ମତାମତ ଦେବାକୁ ଶ୍ରୀ ମୋଦୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ସାଧାରଣ ନାଗରିକ ମାଇଁ ଗଭ୍ ଓପନ୍‌ ଫୋରମ୍‌, ନମୋ ଆପ୍‌ରେ ନିଜର ମତାମତ ଲେଖିପାରିବେ କିମ୍ବା ୧୮୦୦୧୧୭୮୦୦ ନମ୍ବରରେ ନିଜର ବାର୍ତ୍ତା ରେକର୍ଡିଂ କରିପାରିବେ । ଶ୍ରୀ ମୋଦୀ ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟକରି ଲେଖିଛନ୍ତି, ‘ନିର୍ବାଚନ କାରଣରୁ କିଛି ମାସର ବ୍ୟବଧାନ ପରେ #MannKiBaat  ଫେରୁଛି । ଚଳିତ ମାସର କାର୍ଯ୍ୟକ୍ରମ ୩୦ ଜୁନ୍, ରବିବାର ପ୍ରସାରିତ ହେବ । ସେଥିପାଇଁ ମୁଁ ପାଇଁ ବିଚାର ଓ ମତାମତ ଦେବାକୁ ନିବେଦନ କରିଛି । ଆପଣ ମାଇଁ ଗଭ୍ ଓପନ୍‌ ଫୋରମ୍‌, ନମୋ ଆପ୍‌ରେ ନିଜର ମତାମତ ଲେଖିପାରିବେ କିମ୍ବା ୧୮୦୦୧୧୭୮୦୦ ନମ୍ବରରେ ନିଜର ବାର୍ତ୍ତା ରେକର୍ଡିଂ କରିପାରିବେ ।

Leave A Reply

Your email address will not be published.