ଆଜି ବଲାଙ୍ଗିରରେ ମତଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳ ୭ଟାରୁ ଆରମ୍ଭ ହୋଇଯାଇଛି ବଲାଙ୍ଗିର ଜିଲ୍ଲାରେ ଭୋଟଦାନ । ବଲାଙ୍ଗିରର ୧୩ ଲକ୍ଷ ଜନତା ଆଜି ନିଜର ନେତା ବାଛିବେ । ଜିଲ୍ଲାରେ ସମୁଦାୟ ୧୫୫୩ଟି ବୁଥ୍‌ରେ ଚାଲିଛି ମତଦାନ । ଲୋକସଭା ଆସନ ପାଇଁ ୧୦ ଜଣ ପ୍ରାର୍ଥୀ ରହିଥିବା ବେଳେ ୫ଟି ବିଧାନସଭା ଆସନ ପାଇଁ ୩୮ ଜଣ ପ୍ରାର୍ଥୀ ରହିଛନ୍ତି । ଜନତା ଜନାର୍ଦ୍ଦନ ଆଜି ସମୁଦାୟ ୪୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଶୃଙ୍ଖଳା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ଯଥେଷ୍ଟ ପ୍ରସ୍ତୁତ ରହିଥିବା ବେଳେ ପୋଲିସ ପ୍ରଶାସନ ମଧ୍ୟ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରିଥିବା ସୂଚନା ରହିଛି । ତେବେ ବଲାଙ୍ଗିର ଜିଲ୍ଲାରେ ମୋଟ ୧୫୫୩ଟି ବୁଥ୍‌ ରହିଥିବା ବେଳେ ଏଥିରେ ୧୫୩ଟି ମାଓପ୍ରବଣ ଏବଂ ୮୭ଟି ଉତ୍ତେଜନାପ୍ରବଣ ବୁଥ୍‌ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.