ବାଲାଟ ପେପର ମୋଡାରେ ତ୍ରୁଟି ଅଭିଯୋଗ : ସରପଞ୍ଚ ପ୍ରାର୍ଥୀଙ୍କ ନିମନ୍ତେ ମତଦାନ ସ୍ଥଗିତ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଶିଖର ପଂଚାୟତ ପାରି ଶିଖର ଗାଁ ୪ ନମ୍ବର ବୁଥରେ ସରପଞ୍ଚ ପ୍ରାର୍ଥୀଙ୍କ ନିମନ୍ତେ ମତଦାନ ସ୍ଥଗିତ ରହିଥିବା ଜଣାପଡିଛି । ସୂଚନା ଅନୁସାରେ ବାଲାଟ ପେପର ମୋଡାରେ ତ୍ରୁଟି ଯୋଗୁଁ ଦୁଇ ଜଣ ପ୍ରାର୍ଥୀଙ୍କ ଚିହ୍ନ ଲୁଚି ଯାଇଥିଲା । ଏଥିପାଇଁ ଅସନ୍ତୋଷ ସୃଷ୍ଟି ହୋଇଥିବା ବେଳେ ଆସନ୍ତାକାଲି ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ସାନି ମତଦାନ ହେବ ବୋଲି ନାଉଗାଁ ବିଡ଼ିଓ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.