ବଲାଙ୍ଗିର ସଦର ବ୍ଲକ କଂଗ୍ରେସ ପକ୍ଷରୁ ମଶାଳ ଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ନାରୀ ନିର୍ଯ୍ୟାତନା, ଗଣଦୁଷ୍କର୍ମ, ୬୦ ହଜାରରୁ ଅଧିକ ମହିଳା ଶିଶୁଙ୍କ ଉଦ୍ଦାର କରିବା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ରଖିବା ଇତ୍ୟାଦି ବିଭିନ୍ନ ଦାବି ନେଇ ରାଜ୍ୟ ବ୍ୟାପି ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଅନୁଷ୍ଠିତ ମଶାଲ ଶୋଭାଯାତ୍ରାରେ ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ଠାରେ ବ୍ଲକ କଂଗ୍ରେସ ସଭାପତି ରାମ ପ୍ରସାଦ ମିଶ୍ରଙ୍କ ସଭାପତିତ୍ୱରେ ଏବଂ ଜୁଲୁ ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ମଶାଳ ଶୋଭାଯାତ୍ରା ସ୍ଥାନୀୟ ଦୁର୍ଗା ମନ୍ଦିର ପ୍ରାଙ୍ଗଣରୁ ବାହାରି ସମଗ୍ର ଗ୍ରାମରେ ପରିକ୍ରମା କରିବା ସହ ପଥପ୍ରାନ୍ତ ସଭା କରାଯାଇଥିଲା । ପରେ ସ୍ଥାନୀୟ କଲ୍ୟାଣ ମଣ୍ଡପ ଉଦ୍‌ଯାପନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ କଂଗ୍ରେସ ନେତା ସମରେନ୍ଦ୍ର ମିଶ୍ର, ପର୍ଯ୍ୟବେକ୍ଷକ ସାନନ୍ଦ ମିଶ୍ର, ସଂର୍କିର୍ତ୍ତନ୍ୟ ମେହେର, ନରେନ୍ଦ୍ର ମେହେର, ଶ୍ରୀଧର ବାରିକ, ସରୋଜ ରଥ, କୁନା ପାଣିଗ୍ରାହୀ, ଦେବଦତ୍ତ ପ୍ରଧାନ, ଦୈତାରୀ ବାଗ, ସଂଜିବ ପ୍ରଧାନ, ଉଗ୍ରସେନ ବରାଡ, ଲକ୍ଷ୍ମୀ ନାଏକ ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.