ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାଶଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ବ୍ୟାପି ଚାଲୁଥିବା ମଶାଲ ଶୋଭାଯାତ୍ରା ବଲାଙ୍ଗିର ଜିଲ୍ଲାରେ ଆଜି ବଲାଙ୍ଗିର କଂଗ୍ରେସ କମିଟି ପକ୍ଷରୁ ଏକ ମଶାଲ ଶୋଭାଯାତ୍ରା ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରୁ ବାହାରି ନଗର ପରିକ୍ରମା କରିଥିଲା । ଭୋଟ ଚୋର ଗାଦି ଛୋଡ ନାରାରେ କମ୍ପିଉଠିଥିଲା ବଲାଙ୍ଗିର ସହର । ପ୍ରକାଶ ଥାଉ କି ଭାରତୀୟ ନିର୍ବାଚନ କମିଶନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମିଶି ଭୋଟ ଚୋରୀ କରି କିପରି ଭାବରେ ସମ୍ବିଧାନକୁ ହତ୍ୟା କରୁଛନ୍ତି ରାହୁଲ ଗାନ୍ଧୀ ପ୍ରମାଣ ସହିତ ଦେଶବାସୀଙ୍କୁ ଜଣାଇଥିଲେ ଏବଂ ରାହୁଲ ଗାନ୍ଧୀଙ୍କ ଅଭିଯୋଗକୁ ଭିତ୍ତି କରି ଭାରତୀୟ ନିର୍ବାଚନ କମିଶନ ପଦକ୍ଷେପ ନେବା ପଦଳରେ ରାହୁଲ ଗାନ୍ଧୀଙ୍କୁ ଓଲଟା ଦୋଷାରୋପ କରିଛନ୍ତି । ଯାହାକୁ ବିରୋଧ କରି ସର୍ବ ଭାରତୀୟ ସ୍ତରରେ ଭାରତର ନିର୍ବାଚନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୁଦ୍ଧରେ ଭୋଟ ଚୋର ଗାଦି ଛୋଡ ନାରା ସହିତ ମଶାଲ ଶୋଭାଯାତ୍ରା ଚାଲୁ ଅଛି । ଏହି କ୍ରମରେ ଆଜି ବଲାଙ୍ଗିର ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ମଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରାରେ ବଲାଙ୍ଗିର ଜିଲ୍ଲା କଂଗ୍ରେସ ଷ୍ଟିୟରିଂ କମିଟି ସଂଯୋଜକ ଅନିଲ ମେହେର, ଓମ୍ ପ୍ରକାଶ କୁମ୍ଭାର, ମନୀଷ ମିଶ୍ର, ବୁଲୁ ଦାନୀ, ଅସିତ ମିଶ୍ର, ସାନନ୍ଦ ମିଶ୍ର, ବିରେନ୍ଦ୍ର ବାଗ, ଜ୍ୟୋତିଷ ମୁଗ୍ରୀ, କୈଳାସ ମିଶ୍ର, ନାରୀ ନେତ୍ରୀ ଅନ୍ନପୂର୍ଣ୍ଣା ବଢିଆ, ପ୍ରଦୋଶ ପାଣିଗ୍ରାହୀ, ଅଙ୍କିତ ସାହୁ, ନାସୀର ଖାନ, ଅଜିତ ମହାନନ୍ଦ, ସମିର କୁମ୍ଭାର, ପତିତପାବନ ପ୍ରଧାନ, ଚିନ୍ମୟ ବେହେରା, ମିଟୁ ସାହୁ, ଜୁଲୁ ପଟ୍ଟନାୟକ, ଲୋପନ ମିଶ୍ର, ଶୋହନ ନାଏକ, ଚନ୍ଦନ ସାହୁ, ଉଦିତ ସାହୁ, ଆଶିଷ ମହାରଣା, ବୌମେଶ ସେଠ, ଲିପୁନ କୁଅଁର ପ୍ରମୁଖ ସାମିଲ ଥିଲେ ।
