oom

ଭବାନୀପାଟଣାରେ କିଟ୍‌ ଓ କିସ୍‌ ପକ୍ଷରୁ ମିନି ମାରାଥନ

jsmm

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣାଠାରେ କିଟ୍‌ ଓ କିସ୍‌ ପରିବାର ଓ ଏହାର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ତରଫରୁ ‘ସମସ୍ତଙ୍କ ପାଇଁ ଶିକ୍ଷା’ ଷଷ୍ଠ ମିନିମାରାଥନ ୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭବାନୀପାଟଣା ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟଠାରୁ ବିଭିନ୍ନ ସ୍କୁଲ, କଲେଜର ଛାତ୍ରଛାତ୍ରୀଙ୍କ ସମେତ ସହରର ବହୁ ବୁଦ୍ଧିଜୀବି, ସମାଜସେବୀ, ଶିକ୍ଷାବିତ୍‌, ମିନି ମାରାଥନରେ ସାମିଲ ହୋଇଥିଲେ । ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରର ପିତାମ୍ବର ଭୋଇ, ଭାବନୀପାଟଣା ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା ସବୁଜ ପତାକା ଦେଖାଇ ମିନି ମାରାଥନର ଶୁଭାରମ୍ଭ କରିଥିଲେ । ମିନି ମାରାଥନ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟଠାରୁ ଆରମ୍ଭ ହୋଇ ଆମଲା ଭବନ ପାଖରେ ପହଞ୍ଚି ଥିଲା । ଅମଲା ଭବନରେ ଏକ ସଚେତନ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା, ସମ୍ମାନିତ ଅତିଥି ଭାବେ ପ୍ରଗତି କଲେଜ ଅଧ୍ୟକ୍ଷ ଇ. ଅଜୟ କୁମାର ପଣ୍ଡା, ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ଅବିନାଶ ଠାକୁର, ବିକାଶ କଲେଜର ଡ଼ାଇରେକ୍ଟର ଡି. ଶ୍ୟାମ, ସମାଜ ସେବୀ ମହମ୍ମଦ କାଦିର, ବାଲ ଗୋପାଳ ସେବା ନିକେତନ ପ୍ରତିଷ୍ଠାତା ହେମନ୍ତ କୁମାର ମୁଣ୍ଡ ,ଏବଂ କିସ୍‌ କଳାହାଣ୍ଡି ଆସିସଷ୍ଟାଣ୍ଡ ସିଇଓ ଦୁଷ୍ମନ୍ତ ପଧାନ ଯୋଗ ଦେଇଥିଲେ । କିଟ୍‌ କିସ୍‌ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ କିସ୍‌ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରି ଗରିବ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ରହିବା, ଖାଇବା ସହ ଉନ୍ନତମାନର ଶିକ୍ଷା କେଜିରୁ ପିଜି ପର୍ଯ୍ୟନ୍ତ ଶିକ୍ଷା ଦାନ କରିଆସୁଛନ୍ତି । କଳାହାଣ୍ଡି ଭାବନୀପାଟଣା ନିକଟ ବାଦଲିଠାରେ ମଧ୍ୟ ଏକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରି ଆଦିବାସୀ ଛାତ୍ରୀଙ୍କୁ ମାଗଣା ରହିବା ଖାଇବା ଓ ଉନ୍ନତମାନର ଶିକ୍ଷା ବ୍ୟବସ୍ଥା କରିଛନ୍ତି । ଶିକ୍ଷା ହିଁ ପ୍ରଗତିର ଏକ ମାତ୍ର ଚାବିକାଠି, ତେଣୁ ସମସ୍ତଙ୍କ ପାଇଁ ଶିକ୍ଷା ଆଜିର ଏହି ମିନି ମାରାଥନ ମାଧ୍ୟମରେ ସନ୍ଦେଶ ଦିଆଯାଇଛି । ଏଭଳି ଏକ ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

jittmm
Leave A Reply

Your email address will not be published.