ସୁଡ୍ରା ଅଞ୍ଚଳରେ ମାଓବାଦୀ ପୋଷ୍ଟର : ପୋଲିସର ଦମନ ଓ ମିଥ୍ୟା ଏନ୍କାଉଣ୍ଟର ବିରୋଧରେ ରବିବାର ୪ଟି ଜିଲ୍ଲାକୁ ୧୨ଘଣ୍ଟିଆ ବନ୍ଦ ଡାକରା
ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ପୁଣି ଥରେ କନ୍ଧମାଳ ଜିଲ୍ଲାରେ ଲାଗିଛି ମାଓ ପୋଷ୍ଟର । ବାଲିଗୁଡା ଥାନା ସୁଡ୍ରା ନିକଟ କାମ୍ବରିକିଆ ଛକଠାରେ କେକେବିଏନ ଡିଭିଜିନାଲ କମିଟି ସିପିଆଇ ମାଓବାଦୀ ତରଫରୁ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ପୋଲିସର ଦମନ ଓ ମିଥ୍ୟା ଏନ୍କାଉଣ୍ଟର ବିରୋଧରେ ରବିବାର କନ୍ଧମାଳ, କଳାହାଣ୍ଡି, ବୌଦ୍ଧ ଓ ନୟାଗଡ଼ ଜିଲ୍ଲାକୁ ୧୨ ଘଣ୍ଟିଆ ବନ୍ଦ ଡାକରା ନେଇ ମାଓବାଦୀ ପୋଷ୍ଟରରେ ଉଲ୍ଲେଖ କରାଯାଇଛି । ତେବେ ଅଞ୍ଚଳରେ ମାଓବାଦୀଙ୍କ ଏଭଳି ପୋଷ୍ଟର ଦେଖିବା ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଥିବା ଜଣାପଡିଛି ।