oom

ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ପରାମର୍ଶଦାତା କମିଟିର ସଦସ୍ୟ ରୂପେ ମନୋନୀତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶିଷ୍ଟ ଆଦିବାସୀ ନେତା ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ପରାମର୍ଶଦାତା କମିଟିର ସଦସ୍ୟ ରୂପେ ମନୋନୀତ ହୋଇଛନ୍ତି । ଭାରତ ସରକାରଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ବିଜ୍ଞପ୍ତି ସଂଖ୍ୟା ଏଫ୍‌.ଏନ୍‌.୭-୧/୨୦୨୨ ତା.୦୩/୦୮/୨୨ରେ ଏ ସମ୍ବନ୍ଧରେ ବିଭାଗ ତରଫରୁ ବିଧିବଦ୍ଧ ଭାବରେ ବିଜ୍ଞାପନ ପ୍ରକାଶ କରାଯାଇଛି । ସାଂସଦ ଶ୍ରୀ ବିଶି ଆଦିବାସୀମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ସମାଜିକ, ଅର୍ଥନୈତିକ, ସାଂସ୍କୃତିକ ବିକାଶ ପାଇଁ ଦୁଇ ଦଶନ୍ଧି ଧରି କାର୍ଯ୍ୟ କରୁଥିଲେ । ଆଦିବାସୀମାନଙ୍କ ସମସ୍ୟା ସମ୍ବନ୍ଧରେ ସାଂସଦ ଶ୍ରୀ ବିଶିଙ୍କ ଗଭୀର ଅଭିଜ୍ଞତା ରହିଛି । ଜମି, ଜଳ, ଜଙ୍ଗଲ, ଜୀବନ ଜୀବିକା ସୁରକ୍ଷା, ସଂରକ୍ଷଣ ଏବଂ ପୁନଃରୁଦ୍ଧାର ପାଇଁ ତାଙ୍କର ଅତୁଳନୀୟ ଅବଦାନ ରହିଛି । ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ସାଂସଦ ଶ୍ରୀ ବିଶିଙ୍କୁ ଆଦିବାସୀ ମନ୍ତ୍ରଣାଳୟର ପରାମର୍ଶଦାତା କମିଟିର ସଦସ୍ୟ ରୂପେ ମନୋନୀତ କରିଥିବାରୁ ଆଦିବାସୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ପରାମର୍ଶଦାତା ସମିତିର ସଦସ୍ୟ ଭାବରେ ସାଂସଦ ଶ୍ରୀ ବିଶି ଆଦିବାସୀମାନଙ୍କ ସାମୁହିକ ସ୍ୱାର୍ଥ ସୁରକ୍ଷା ପ୍ରସଙ୍ଗ ଉପସ୍ଥାପନା କରିବା ପାଇଁ ଅତ୍ୟନ୍ତ ସହାୟକ ହୋଇପାରିବ ବୋଲି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ନେତା ଶ୍ୟାମ ସୁନ୍ଦର ଭୋଇ, ବିଶିକେଶନ ଜାନି, ବନଲତା ମାଝି, ସତ୍ୟନାରାୟଣ ଭୋଇ, ବ୍ଲକ ସଭାପତି ପଦ୍ମନ ପ୍ରଧାନୀ, ବଳଦେବ ଭୋଇ, କାହ୍ନୁ ପ୍ରଧାନ, ଶରତ ଚନ୍ଦ୍ର ସିଂଭୋଇ, ଘିମାନନ୍ଦ ଭୋଇ, ଦୁଃଖିଶ୍ୟାମ ଭୋଇ, ସନ୍ତୋଷ ପୁଟା, ସୁଦାମ ଚରଣ ଭୋଇ, ଅଷ୍ଟରତ୍ନ ବରିହା, ଘନଶ୍ୟାମ ପ୍ରଧାନୀ, ବିପ୍ର ବିଶି, ସୁରଥ ଧରୁଆ, ଅଚ୍ୟୁତ ଧରୁଆ, ନିରଞ୍ଜନ ମାଝି, ନିତ୍ୟାନନ୍ଦ ମାଝି, ବସନ୍ତ ମାଝି, ଭୁପାଳ ସିଂ ବିଶ୍ୱାଳ, ଦଶରଥ ଛତ୍ରିଆ, ହେମେନ୍ଦ୍ରନାଥ ହାଁସଦା, ସାରଥୀ ବାଗ, ଧରମ ସିଂ ଧରୁଆ, ନାରାୟଣ କିଶାନ, ଟିକେଶ୍ୱର ଧରୁଆ, ବିକ୍ରମ ଭୋଇ, ଗିରିଧାରୀ ଭୋଇ, ଚନ୍ଦ୍ର ଶବର, ଥବିର ପୁଝାରୀ, ଚୌବନ ମାଝି, ନରୋତ୍ତମ ମାଝି ପ୍ରମୁଖ ସାଂସଦ ଶ୍ରୀ ବିଶିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

jittmm
Leave A Reply

Your email address will not be published.