om academy

ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ମହିଳା ଶାଖାର ଉପଦେଷ୍ଟା ଭାବେ ମନୋନୀତ ହେଲେ ପୌରପରିଷଦର ଅଧ୍ୟକ୍ଷା ଲିକା ସାହୁ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ତଥା ସମାଜସେବା କ୍ଷେତ୍ରରେ ସାରା ଓଡିଶାରେ ନା କରିଥିବା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ମହିଳା ଶାଖାର ଉପଦେଷ୍ଟା ଭାବରେ ଗତକାଲି ବଲାଙ୍ଗିର ପୌରପରିଷଦର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କୁ ମନୋନୀତ କରାଯାଇଥିବା ଜଣାପଡିଛି । ତେବେ ଏଥିପାଇଁ ପୌରାଧ୍ୟକ୍ଷା ଶ୍ରୀମତୀ ସାହୁଙ୍କୁ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ସଭାପତି ସୋମାନାଥ ମିଶ୍ରଙ୍କ ଉପସ୍ଥିତିରେ ଫାଉଣ୍ଡେସନର ମହିଳା ଶାଖାର ସଦସ୍ୟାମାନେ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟପଟେ ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ ଆଗାମୀ ଦିନରେ ଅସହାୟଙ୍କ ମୁହଁରେ ହସ ଫୁଟେଇବା ବୋଲି ନିଜ ବକ୍ତବ୍ୟରେ କହିଛନ୍ତି ।

Leave A Reply

Your email address will not be published.