କେସିଙ୍ଗା, (ପ୍ରୀତେଶ ପଟେଲ) : ପ୍ରତେକ ମାସର ଶେଷ ରବିବାର ଦିନ ଭାରତର ଯଶସ୍ୱି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜି ତାଙ୍କର “ମନ କି ବାତ” କାର୍ଯ୍ୟକ୍ରମ କରିଥାନ୍ତି । ଆଜି ୧୨୮ ତମ “ମନ କି ବାତ” କାର୍ଯ୍ୟକ୍ରମ କଳାହାଣ୍ଡି ଜିଲ୍ଲା କେସିଙ୍ଗା ନଗର ଭାରତୀୟ ଜନତା ପାର୍ଟି ସଭାପତି ପିଙ୍କୁ ପରିଡାଙ୍କ ନେତୃତ୍ଵରେ ବିଭିନ୍ନ ୱାର୍ଡରେ ସଫଳତା ପୂର୍ବକ ଆୟୋଜିତ କରାଯାଇଥିଲା । ଆଜିର ବିଶେଷ ଆକର୍ଷଣ ଥିଲା ଧାନ ମଣ୍ଡିରେ ବସି ନିଜର ମୋବାଇଲରେ ସାଥୀ ଚାଷୀମାନଙ୍କୁ ମୋଦୀଜିଙ୍କର ୧୨୮ ତମ “ମନ କି ବାତ ” କାର୍ଯ୍ୟକ୍ରମ ଦେଖାଇବା । ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ପ୍ରସିଦ୍ଧ ଶ୍ରୀ ରାମ ମନ୍ଦିରର ଧ୍ଵଜା ରୋହନ ହାଇଦ୍ରାବାଦରେ ନିର୍ମାଣ ଏୟାର କାର୍ପେଟର ରକ୍ଷଣାବେକ୍ଷଣ, ମୁମ୍ବାଇରେ ଆଇ ଏନ୍ ଏସ୍ ଭାରତୀୟ ଜଳ ସେନାରେ ସାମିଲ, କୃଷି କ୍ଷେତ୍ରରେ ଭାରତରେ ତିନିଶହ ଛପନ ଟୋନ୍ ଖାଦ୍ୟ ଉତ୍ପାଦନ, ଜେନଜିଙ୍କର ମଙ୍ଗଳ ଗ୍ରହର ପରିସ୍ଥିତି ଭାବି ଡ୍ରୋନ ଉଡାଇବ, ଚନ୍ଦ୍ରୟାନ ସଫଳତାର କାହାଣୀ, ଦେଶ ବିଦେଶରେ ବିଶେଷ ବ୍ୟକ୍ତିମାନଙ୍କୁ ଭାରତୀୟ କାରିଗରୀଙ୍କ ଦ୍ଵାରା ନିର୍ମିତ ସୁନ୍ଦର ମୂର୍ତ୍ତି ପ୍ରଦାନ କରିବା ତଥା ଭାରତୀୟ ଜନସାଧାରଣଙ୍କୁ ଫୋକାଲ ଫୋର ଲୋକାଲ/ସ୍ଵଦେଶୀ ପାଇଁ ଆହ୍ଵାନ ଦେଇଥିଲେ ।