ମାଙ୍କଡ଼ କାମୁଡାରେ ୬ ଆହତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘନୀପୁର ପଞ୍ଚାୟତ ତିଗିରିଆ ଗ୍ରାମରେ ମାଙ୍କଡ଼ କାମୁଡାରେ ୬ ଜଣ ଆହତ ହୋଇଥିବା ଖବର ମିଳିଛି । ମାଙ୍କଡ଼ କାମୁଡାରେ ସେହି ଗ୍ରାମର ଶୈଳବାଳା ବଡ଼ଜେନା, ଖୁଲଣା ପ୍ରଧାନ, ରେଣୁବାଳା ମଙ୍ଗରାଜ ଗୁରୁତ୍ୱର ଆହତ ହୋଇ ଖୋର୍ଦ୍ଧା ମେଡିକାଲରେ ଚିକିତ୍ସିତ ହୋଇଥିବା ବେଳେ ବାହାର ଗ୍ରାମର ଅନ୍ୟ ତିନିଜଣ ସେହି ଗ୍ରାମର ବନ୍ଧୁ ଘରକୁ ଆସି ମାଙ୍କଡ଼ କାମୁଡାରେ ଶିକାର ହୋଇ ଚିକିତ୍ସିତ ହେଉଛନ୍ତି । ମାଙ୍କଡ଼ମାନଙ୍କ ଉପଦ୍ରବ ହେତୁ ୫-୬ ଦିନ ହେଲା ଗାଁରେ କୋକୂଆ ଭୟ ଖେଳି ଯାଇଛି । ତୁରନ୍ତ ଏହାର ପ୍ରତିକାର କରିବା ପାଇଁ ଡେଲାଙ୍ଗ ବନଖଣ୍ଡ ଅଧିକାରୀଙ୍କୁ ଗ୍ରାମବାସୀମାନେ ନିବେଦନ କରିଛନ୍ତି ।

jittmm
Leave A Reply

Your email address will not be published.