କଣ୍ଟାବାଞ୍ଜି, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଳ ଷ୍ଟେସନର ଉନ୍ନତୀକରଣ ପାଇଁ ୨.୬୮ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହି ଅର୍ଥରେ ଷ୍ଟେସନର ବହୁ ଉନ୍ନତିମୂଳକ କାର୍ଯ୍ୟ ହେବାକୁ ପ୍ରସ୍ତାବ ରହିଛି । ନୂତନ ପାର୍କିଂ ଏରିଆ, ନୂତନ ଟିକଟ କାଉଣ୍ଟର ସହିତ ଅନ୍ୟ କାର୍ଯ୍ୟ ହେବ ବୋଲି ସୂଚନା ରହିଛି । ଏହି କାମକୁ ୩୦ ଜୁନ୍ ୨୦୨୩ ସୁଦ୍ଧା ସମ୍ପନ୍ନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଟେଣ୍ଡର ମଧ୍ୟ ହୋଇସାରିଛି । କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ମିଳିଛି ।
Prev Post
Next Post